ETV Bharat / city

ସୀମା ବିବାଦ ସମାଧାନ ପାଇଁ ହସ୍ତକ୍ଷେପ କରନ୍ତୁ କେନ୍ଦ୍ର ସରକାର: କଂଗ୍ରେସ - ଗଣେଶ୍ବର ବେହେରା

ସୀମା ବିବାଦର ସମାଧାନ ନେଇ ଆନ୍ଧ୍ରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି ପରେ ଘେରିଲା କଂଗ୍ରେସ । ସମସ୍ୟା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାନ୍ତୁ ଧର୍ମେନ୍ଦ୍ର ପ୍ରଧାନ କହିଲେ ବରିଷ୍ଠ ନେତା ଗଣେଶ୍ବର ବେହେରା । ଅଧିକ ପଢନ୍ତୁ...

‘ସୀମା ବିବାଦ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ’

author img

By

Published : Sep 24, 2021, 7:15 AM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସୀମା ବିବାଦର ଆପୋଷ ସମାଧାନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସମସ୍ୟା ବାବାଦରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଗହମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଥିବା କହିଛନ୍ତି ଦଳର ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ।

‘ସୀମା ବିବାଦ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ’

ଓଡ଼ିଶାର ସୀମା ବିବାଦ ବହୁ ପୁରୁଣା, ଖାଲି କୋଟିଆ ନୁହେଁ,ରାଜ୍ୟର ଚତୁପାର୍ଶ୍ବରେ ସୀମା ବିବାଦ ବଡ଼ ଜଟିଳ ଅବସ୍ଥାରେ ରହିଛି। ଦକ୍ଷିଣ ଓଡ଼ିଶାର କୋଟିଆ, ଗଜପତି ,ପଶ୍ଚିମବଙ୍ଗ, ଛତିଶଗଡ଼, ଝାରଖଣ୍ଡ ରାଜ୍ୟର ସୀମାରେ ବିବାଦ ଲାଗି ରହିଛି । ତେବେ ଏହାର ସମାଧାନ ହେବା ନେଇ ରାଜ୍ୟ ସରକାର ଆଇନଗତ ଲଢେଇ ଲଢ଼ୁଛନ୍ତି ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ କହିଥିଲେ ।

ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ସରକାରଙ୍କୁ ସୀମା ବିବାଦର ଆପୋଷ ସମାଧାନ କରିବାକୁ ଚିଠି ଲେଖିବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ବୋଲି କହିଛି କଂଗ୍ରେସ । ଧର୍ମେନ୍ଦ୍ର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରେଇବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ହେଲେ ହୁଏତ ସୀମା ବିବାଦର ତ୍ବରିତ ସମାଧାନ ହୋଇପାରେ।

ସୀମା ବିବାଦକୁ ନେଇ ଆନ୍ଧ୍ର ସରକାର ସବୁବେଳେ ଓଡିଶା ପ୍ରତି ନକରାତ୍ମକ ବ୍ୟବହାର କରୁଛନ୍ତି । ତେଣୁ ସୀମା ବିବାଦ ଖାଲି ଉଭୟ ରାଜ୍ୟ ଭିତରେ ସମାଧାନ ହେବା ଅପେକ୍ଷା କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥି ଦ୍ୱାରା ସମାଧାନର ଆଶା ଆହୁରି ଉଜ୍ବଳ ହେବ ବୋଲି କହିଛନ୍ତି ଗଣେଶ୍ବର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.