ETV Bharat / city

ଜନମଙ୍ଗଳ ପରିଷଦର ବାର୍ତ୍ତା: ବାଣ ନଫୁଟାଇ ଦୀପ ଜାଳି ପାଳନ୍ତୁ ଦୀପାବଳି - ଜନମଙ୍ଗଳ ପରିଷଦର ବାର୍ତ୍ତା

ଏଥରର ଦୀପାବଳିରେ ବାଣ ନଫୁଟାଇ ଦୀପ ଜାଳି ଦୀପାବଳି ପାଳନ କରିବାକୁ ଜନମଙ୍ଗଳ ପରିଷଦର ନିବେଦନ। ମାଷ୍ଟର କ୍ୟାଣ୍ଟିନ ଛକରେ ଏନେଇ ଆୟୋଜିତ ହୋଇଯାଇଛି ସଚେତନତା।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 27, 2019, 5:17 PM IST

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହି ଦିନର ମହତ୍ତ୍ବ ଭାରତୀୟ ସଂସ୍କୃତି ପାଇଁ ବେଶ ମହତ୍ୱ ରଖେ । ଦୀପର ଆଲୋକରେ ଆଲୋକିତ ହୋଇଥାଏ ପୁରଠୁ ପଲ୍ଲୀ । ହେଲେ ଆଜିକାଲି ଦୀପାବଳୀରେ ଦୀପଦାନ ଅପେକ୍ଷା ଅଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣକାରୀ ବାଣର ବ୍ୟବହାର ଅଧିକ ହେବାରେ ଲାଗିଛି । ଏନେଇ ଦୀପାବଳିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ କରାଯାଇଛି ନିବେଦନ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଦୀପାବଳିରେ ଶବ୍ଦ ପ୍ରଦୂଷଣକାରୀ ବାଣର ବ୍ୟବହାର ଯୋଗୁଁ ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଏହା ସହ ପଶୁପକ୍ଷୀ ଓ ବୟସ୍କ ଲୋକେ ମଧ୍ୟ ଏହା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ଏହା ଦ୍ବାରା ଅନେକ ଲୋକ ମୃତାହତ ମଧ୍ୟ ହୋଇଥିବାର ଅନେକ ନଜିର ରହିଛି। ତେଣୁ ଏଥରର ଦୀପାବଳିକୁ ପ୍ରଦୂଷଣ ମୁକ୍ତ କରିବା ସହିତ ସୁରକ୍ଷିତ ରହିବା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଏହାସହ ବାଣ ନଫୁଟାଇ ଦୀପ ଲଗାଇ ଦୀପାବଳି ପାଳନ କରିବାକୁ ସଚେତନତା କାର୍ଯ୍ୟକ୍ରମରେ କୁହାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନେକ ସଦସ୍ୟ ଭାଗ ନେଇଥିଲେ।ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି ହେଉଛି ଆଲୋକର ପର୍ବ ଦୀପାବଳି।ଏହି ଦିନ ର ମହତ୍ୱ ଭାରତୀୟ ସଂସ୍କୃତି ପାଇଁ ବେଶ ମହତ୍ୱ ରଖେ।14 ବର୍ଷର ବନବାସ ପରେ ରାମଚନ୍ଦ୍ର ରାବଣ କୁ ମାରି ଅଯୋଧ୍ୟା ପ୍ରତ୍ୟବର୍ତନ ର ସମୟକୁ ସେ ସମୟରେ ତାଙ୍କର ସ୍ୱାଗତ ନିମନ୍ତେ ଆୟୋଜିତ ଉତ୍ସବକୁ ଦୀପାବଳି ଭାବେ ପାଳନ କରାଯାଏ।ଯେଉଁଥିରେ ପ୍ରତେକ ଘରେ ଆଲୋକ ପ୍ରଜ୍ଜ୍ଵଳିତ ପୂର୍ବକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

Body:ତେବେ ଆଜିକା ସମାଜରେ ଦୀପାବଳୀରେ ଦୀପଦାନ ଅପେକ୍ଷା ଅଧିକ ମାତ୍ରାରେ ଶବ୍ଦ ପ୍ରଦୂଷଣ କାରୀ ବାଣ ର ବ୍ୟବହାର ଅଧିକ ହେବାରେ ଲାଗିଛି।ଯାହାର କୁ ପ୍ରଭାବ ପରିବେଶ ଉପରେ ପଡୁଥିବାବେଳେ ପଶୁପକ୍ଷୀ ଓ ବୟସ୍କ ଲୋକମାନେ ମଧ୍ୟ ଏହା ଯୋଗୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ଏପରିକି ଏହା ଦ୍ବାରା ଅନେକ ଲୋକ ମୃତାହତ ମଧ୍ୟ ହୋଇଥିବାର ଅନେକ ନଜିର ରହିଛି।ତେଣୁ ଆଜିର ଦୀପବଳୀକୁ ପ୍ରଦୂଷଣ ମୁକ୍ତ କରିବା ସହିତ ସୁରକ୍ଷିତ ରହିବା ପାଇଁ ବାଣ ନ ଫୁଟାଇ ଦୀପ ଲଗାଇ ପାଳନ କରିବାକୁ ଜନମଙ୍ଗଳ ପରିଷଦ ପକ୍ଷରୁ ନିବେଦନ କରାଯାଇଛି।
ମାଷ୍ଟର କ୍ୟାଣ୍ଟିନ ଛକରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅନେକ ସଦସ୍ୟ ଭାଗ ନେଇ ଥିଲେ।
ବାଇଟ-ସଦସ୍ୟ ଜନ ମଙ୍ଗଳ ପରିଷଦ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.