ଭୁବନେଶ୍ବର: ସାବଧାନ ! ଘର ତାଲା ପକାଇ ଅଚିନ୍ତାରେ ରହିଯାଉଛନ୍ତି କି ? ରାତି ଅଧରେ ଆପଣଙ୍କ ଘରର ଗ୍ରିଲ ତାଡି ବାଇକ ଲୁଟିପାରେ ଲୁଟେରା । କାରଣ ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା । ରାତି ହେଉ ବା ଦିନ ଦ୍ବିପ୍ରହର, ହାଣ୍ଡେଲ ଲକ ତାଡି ବାଇକ ନେଇ ଚମ୍ପଟ ମାରୁଛି ଲିଟେରା । ଏଭଳି କିଛି ଦୃଶ୍ୟ କଏଦ ହୋଇଛି ସିସିଟିଭି ଲେନ୍ସରେ ।
ଏହି ଭିଜୁଆଲକୁ ଆଧାର କରି ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିସନରେଟ ପୋଲିସ । 2ଜଣ ଲୁଟେରାକୁ ଗିରଫ କରି ସେମାନଙ୍କ ଠାରୁ ୮ଟି ବାଇକ ଜବତ କରାଯାଇଛି । ଏହି ଗ୍ୟାଙ୍ଗରେ ପୁରୀ ପେଣ୍ଠକଟାର ପ୍ରଦୀପ ପାଇକରାୟ ଓ ଡେଲାଙ୍ଗର ସୁମନ୍ତ ମଲ୍ଲିକ ଓରଫ ନନ୍ଦୁ ରହିଛନ୍ତି ।
ଜବତ ବାଇକକୁ ଚୋରି ହୋଇଥିବା ଲୋକଙ୍କୁ ଫେରାଇବାକୁ ପ୍ରୟାସ ଆରମ୍ଭ ଗରିଛି ପୋଲିସ । ତେବେ ସିସିଟିଭି ଯୋଗୁଁ ଲୁଟେରା ଧରାପଡିଥିବା ବେଳେ ସର୍ବସାଧାରଣଙ୍କୁ ସିସିଟିଭି ଲଗାଇବାକୁ ଅନୁରୋଧ କରିଛି କମିସନରେଟ ପୋଲିସ । ତେବେ ବିଗତ ୫ ମାସରେ ଖଣ୍ଡଗିରି ଅଞ୍ଚଳରୁ ପ୍ରାୟ ୩୫ରୁ ଊର୍ଦ୍ଧ୍ବ ବାଇକ ଚୋରି ହୋଇଥିବା ପୋଲିସ କହିଛି । ଏପଟେ ପୋଲିସ ଲୁଟେରାଙ୍କ ଠାରୁ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ବାଇକ ଜବତ କରିଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ