ETV Bharat / city

ଜିଏସଟି ଅଫିସରେ ସିବିଆଇ ରେଡ, ଖୋଜୁଛି ଲାଞ୍ଚୁଆ ଅଫିସରଙ୍କ ଲିଙ୍କ୍ - ଲାଞ୍ଚ ଅଭିଯୋଗରେ ଗିରଫ ଘଟଣା

ମଙ୍ଗଳବାର ଲାଞ୍ଚ ନେବାବେଳେ 3 ଜିଏସଟି ଅଧିକାରୀଙ୍କୁ ଗିରଫ ପରେ ଏହାର ଚେର କେତେବାଟ ଲମ୍ବିଛି ତାହା ଛାନଭିନ ଆରମ୍ଭ କରଛି ସିବିଆଇ । ବାଣୀବିହାରସ୍ଥିତ ଜିଏସଟି କାର୍ଯ୍ୟାଳୟରେ ଚାଲିଛି ଛାନଭିନ୍ । ପଢନ୍ତୁ ଅଧିକ.....

ଜିଏସଟି ଅଫିସରେ ସିବିଆଇ ରେଡ, ଖୋଜୁଛି ଲାଞ୍ଚୁଆ ଅଫିସରଙ୍କ ଲିଙ୍କ୍

author img

By

Published : Dec 30, 2020, 5:15 PM IST

ଭୁବନେଶ୍ବର: ମଙ୍ଗଳବାର ଲାଞ୍ଚ ନେବାବେଳେ 3 ଜିଏସଟି ଅଧିକାରୀଙ୍କୁ ଗିରଫ ପରେ ଏହାର ଚେର କେତେବାଟ ଲମ୍ବିଛି ତାହା ଛାନଭିନ ଆରମ୍ଭ କରଛି ସିବିଆଇ । ଅନ୍ୟ କେତେଜଣ ଏହି କାରବାର ପଛରେ ଅଛନ୍ତି, କିପରି ଏସବୁ କାର୍ଯ୍ୟକଳାପ ଚାଲୁଥିଲା, ସେନେଇ ଉପରିସ୍ଥ ଅଧିକାରୀଙ୍କ ପାଖରେ କିଛି ତଥ୍ୟ ଅଛିକି ନାହିଁ ତାକୁ ନେଇ ଖୋଳତାଡ ଚାଲିଛି । ଗିରଫ ହୋଇଥିବା 3 ଅଧିକାରୀଙ୍କ କାର୍ଯ୍ୟାଳୟରେ ଛାନଭିନ ଆରମ୍ଭ କରିଛି ସିବିଆଇ । ଏନେଇ ବାଣୀବିହାରସ୍ଥିତ ଜିଏସଟି ଅଫିସର ଛାନଭିନ ଜାରି ରଖିଛି ସିବିଆଇ ।

ଜିଏସଟି ଅଫିସରେ ସିବିଆଇ ରେଡ, ଖୋଜୁଛି ଲାଞ୍ଚୁଆ ଅଫିସରଙ୍କ ଲିଙ୍କ୍

ସେଣ୍ଟ୍ରାଲ ଡିପାର୍ଟମେଣ୍ଟ ଅଧିନରେ ଆସୁଥିବା ଏହି ଅଧିକାରୀଙ୍କର ଲିଙ୍କରେ ଆଉ କେତେ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଏନେଇ ଅଡିଟ ସେଣ୍ଟ୍ରାଲର ଅତିରିକ୍ତ କମିଶନର କହିଛନ୍ତି ଏନେଇ ଆମକୁ ସବିଶେଷ ଜଣାପଡିଲେ ଅନ୍ତରୀଣ ତଦନ୍ତ ଆରମ୍ଭ କରିବୁ ଓ ତଦନ୍ତ ଫଳାଫଳ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଦେଶର ରାଜସ୍ବ ନିର୍ଭର କରୁଥିବା ଅଧିକାରୀ ଯଦି ଏପରି ଲାଞ୍ଚ କାରବାର କରନ୍ତି, ତେବେ ଦେଶର ଭବିଷ୍ୟତ କଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୁଚନା ମୁତାବକ ମଙ୍ଗଳବାର ସେଞ୍ଚୁରିୟନ ଇନଷ୍ଟିଚ୍ୟୁଟ ଠାରୁ 10ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ । 4 ଜଣଙ୍କ ମଧ୍ୟରେ 3 ଜଣ ଅଧିକାରୀ ଥିବାବେଳେ ଜଣେ ମଧ୍ୟସ୍ଥି ଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.