ETV Bharat / city

ଅକ୍ଷୟ ପରିଜାଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ, ପାଲଟା ଅଭିଯୋଗ କଲେ ପ୍ରଯୋଜକ - ଅକ୍ଷୟ ପରିଜା

କାଷ୍ଟିଂ କାଉଚ୍‌କୁ ନେଇ ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରୀ । ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଯୁବତୀ । ଅଧିକ ପଢନ୍ତୁ

ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ, ପାଲଟା ଅଭିଯୋଗ ଆଣିଲେ ପ୍ରଯୋଜକ

author img

By

Published : Oct 1, 2022, 7:03 AM IST

ଭୁବନେଶ୍ବର: ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି କାଷ୍ଟିଂ କାଉଚ ଅଭିଯୋଗ । ଅଭିଯୋଗ ଆସିଛି ଜଣାଶୁଣା ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ(Casting Couch Allegation Against Akshay Parija) । ଫିଲ୍ମରେ କାମ ଦେବା ନାଁରେ ୨ ବର୍ଷ ଧରି ଯୌନ ଶୋଷଣ କରୁଥିବାର ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏନେଇ ଯୁବତୀ ଜଣକ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ''ସିନେମାରେ ସୁଯୋଗ ଦେବା ନାଁରେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ମୋତେ ୨ ବର୍ଷ ହେବ ଯୌନ ନିର୍ଯାତନା ଦେଇ ଆସୁଥିଲେ । ମୋର ନ୍ୟୁଡ ଫଟୋ ରଖି ବ୍ଲାକମେଲ୍ କରିଛନ୍ତି । ଏପରିକି କାହାକୁ କିଛି କହିଲେ ଭିଡିଓ ଭାଇରାଲ ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । '' ଏମିତି ଅଭିଯୋଗ ପରେ କାଷ୍ଟିଂ କାଉଚ୍‌କୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ଓଡିଆ ଫିଲ୍ମ ଇଣ୍ଡଷ୍ଚ୍ରୀ ।

ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ, ପାଲଟା ଅଭିଯୋଗ ଆଣିଲେ ପ୍ରଯୋଜକ
ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ, ପାଲଟା ଅଭିଯୋଗ ଆଣିଲେ ପ୍ରଯୋଜକ

ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଏହି ଯୌନ ଶୋଷଣ ଅଭିଯୋଗ କରିଥିବା କହିଛନ୍ତି । ଖାଲି ସେତିକି ନୁହେଁ ପ୍ରମାଣ ସ୍ଵରୂପ ଯୁବତୀ କିଛି ଫଟୋ ଦେଇଥିବା କହିଛନ୍ତି । ତେବେ ଅଭିଯୋଗ ନେଇ ଥାନା କର୍ତ୍ତୃପକ୍ଷ କହିଛନ୍ତି, ସେଭଳି କିଛି ଅଭିଯୋଗ ହୋଇନାହିଁ । ଏପଟେ କିନ୍ତୁ ଯୁବତୀଙ୍କ ସହ ଅକ୍ଷୟ ପରିଜାଙ୍କ କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ

ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଅକ୍ଷୟ ପରିଜା । ତାଙ୍କ ଅଭିଯୋଗ ଅନୁଯାୟୀ, ‘‘ଯୁବତୀ ଜଣକ ତାଙ୍କୁ ବ୍ଲାକମେଲିଂ କରୁଛି । ସେ ଗୋଟେ ଗ୍ୟାଙ୍ଗ ମିଳିମିଶି ତାଙ୍କୁ ବଦନାମ କରୁଛନ୍ତି । ସତ କ'ଣ ଆପଣ ଖୁବଶୀଘ୍ର ଆପଣ ଜାଣି ପାରିବେ । ଘଟଣା ବିଷୟରେ ପୋଲିସ ମୋତେ ପଚାରିଥିଲେ । ମାମଲାରେ ମୁଁ ଲଢିବାକୁ ପ୍ରସ୍ତୁତ ଥିବା ସେ ପୋଲିସକୁ କହିଥିବା’’ କହିଛନ୍ତି ଅକ୍ଷୟ ପରିଜା । ଆହୁରିମଧ୍ୟ, ସେହି ଯୁବତୀ ଜଣକ ତାଙ୍କୁ ବହୁତ ପଇସା ମାଗୁଛି ଏବଂ ତାଙ୍କ ପାଖରେ ସବୁ ଭିଡିଓର ରେକର୍ଡିଂ ଅଛି । ପୋଲିସ୍‌କୁ ସବୁ ଦେବି ବୋଲି ପ୍ରଯୋଜକ କହିଛନ୍ତି ।

ତେବେ ଯୁବତୀ ଯେଉଁ ପ୍ରମାଣ ଦେଇଛନ୍ତି ସେଥିରେ କେତେ ସତ ରହିଛି ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ଦେଢ ବର୍ଷ ଧରି ଯୁବତୀ କାହିଁକି ନୀରବ ଥିଲେ ? ଯଦି ତାଙ୍କ ସହିତ ଏମିତି ଯୌନ ଶୋଷଣ ହେଉଥିଲା ତେବେ କାହିଁକି ଥାନାର ଦ୍ଵାରସ୍ଥ ହେଲେନି ? ନା ପ୍ରଲୋଭନ ଦେଖାଇ ଏବଂ ଯୌନ ସୁଖ ମେଣ୍ଟାଇବା ପରେ ଫିଲ୍ମ ନିର୍ମାତା ତାଙ୍କୁ କାମ ଦେଲେନି ବୋଲି ଯୁବତୀ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି, ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଆଗକୁ ଯୁବତୀ ସତରେ ଥାନାର ଦ୍ବାରସ୍ଥ ହେଉଛନ୍ତି କି ନାହିଁ ତା' ଉପରେ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.