ଭୁବନେଶ୍ବର: ନିକଟରେ ବିଗ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟ୍ ଶେୟାର କରି ଓଡିଶା ଫେରିଛନ୍ତି ଡ଼ଃ ଅଚ୍ୟୁତ ସାମନ୍ତ । ପୂର୍ବରୁ ଥରେ କେବିସି ଯାଇସାରିଥିବା ବେଳେ କେବିସିରେ ଏହା ଥିଲା ତାଙ୍କର ଦ୍ବିତୀୟ ଅନୁଭୂତି । କରମବୀର ଏପିସୋଡରେ ଭାଗ ନେଇ ଅଭିନେତ୍ରୀ ତାପସି ପନ୍ନୁଙ୍କ ସହ ସିଟ୍ ଶେୟାର କରିଥିଲେ ଅଚ୍ୟୁତ । ତେବେ କେବିସିରେ ତାଙ୍କ ଅନୁଭୂତି ପଚାରି ବୁଝିଛନ୍ତି ଆମ ପ୍ରତିନିଧି ।
ଇଟିଭି ଭାରତ ଟିମ୍ ସହ ସାକ୍ଷାତ କରି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍) ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(କିସ୍)ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ କହିଛନ୍ତି କି ଜୀବନର ସମସ୍ତ ପୁଞ୍ଜି କିଟ୍ ଓ କିସ୍ ପ୍ରତି ଉତ୍ସର୍ଗୀକୃତ । ତେଣୁ କେବିସିରେ ଜିତିଥିବା ସମସ୍ତ ଅର୍ଥ ରାଶି ମଧ୍ୟ କିଟ୍ ଓ କିସ୍ ପାଇଁ ଉତ୍ସର୍ଗ । ଏଥିସହ ସେ ଏପରି ବି କହିଛନ୍ତି କି ତାପସି ପନ୍ନୁ ମଧ୍ୟ ଜଣେ ସାମାଜିକ କର୍ମୀ ହୋଇଥିବାରୁ ଓ ସେ ପୂର୍ବରୁ କିଟ୍ ପରିସରକୁ ଆସିସାରିଥିବାରୁ ତାଙ୍କ ସହ ତାଳମେଳ ଭଲ ରହିଥିଲା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ