ETV Bharat / city

ପ୍ରସୂତିଙ୍କ ପେଟରୁ ଗଜ-ଗ୍ଲୋବସ ବାହାରିବା ଘଟଣା: କଥା ଚାପିବାକୁ ଆସିଲା ଫୋନ - ପ୍ରସୂତିଙ୍କ ପେଟରୁ ଗଜ କପଡା ଓ ଗ୍ଲୋବସ ବାହାରିବା ଘଟଣା

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ପେଟରୁ ଗଜ କପଡା ଓ ଗ୍ଲୋବସ ବାହାରିବା ଘଟଣାକୁ ନବଢାଇବା ପାଇଁ ମହିଳାଙ୍କ ପାଖକୁ ଆସିଲା ଫୋନ କଲ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 22, 2019, 6:27 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ପେଟରୁ ଗଜ କପଡା ଓ ଗ୍ଲୋବସ ବାହାରିବା ଘଟଣା । ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ପୀଡିତ ମହିଳା । ସେପଟେ ଘଟଣାକୁ ନେଇ ମହିଳାଙ୍କ ପାଖକୁ ଆସିଛି ଏକ ଫୋନ କଲ । ଯାହା ହେବା କଥା ହୋଇସାରିଛି, ଏବେ କଥାକୁ ଆଗକୁ ବଢାଅ ନାହିଁ । ଆମେ ମାନୁଛୁ ଆମର ଭୂଲ ହୋଇଛି, କଥା ଆଗକୁ ବଢିଲେ ଚାକିରି ଚାଲିଯିବ । ଏଭଳି ନମ୍ର ସ୍ବରରେ ପୀଡିତା ମହିଳାଙ୍କୁ ଫୋନ ମାଧ୍ୟମରେ କହିଛନ୍ତି ଆଶାକର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନଯୋଗ୍ୟ, ନଭେମ୍ବର 7 ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଫୁଲବାଣୀର ଜଣେ ମହିଳା । ନର୍ମାଲ ଡେଲିଭରୀ ପରେ ଜଣେ ନର୍ସ ତାଙ୍କୁ 700 ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏହାପରେ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କୁ ଠିକ୍ ଭାବରେ ଚିକିତ୍ସା ନଦେଇ ହସ୍ପିଟାଲରୁ ଡିସଚାର୍ଜ କରି ଦେଇଥିଲେ । ହସ୍ପିଟାଲରୁ ଆସିବାର ଦୁଇ ଦିନ ପରେ ମହିଳାଙ୍କର ଯନ୍ତ୍ରଣା ହୋଇଥିଲା । ଆଉ ସପ୍ତାହେ ପରେ ପରିସ୍ରା ନଳୀବାଟେ ବାହାରିଥିଲା ଗଜ୍‌ କପଡା ଓ ଗ୍ଲୋବସ୍‌ । ନଭେମ୍ବର 16 ତାରିଖରେ ମହିଳା ଜଣଙ୍କ ଚିକିତ୍ସାରେ ଅବହେଳା ଦର୍ଶାଇ ଡାକ୍ତର ଓ ନର୍ସଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।

ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛନ୍ତି । ଏପରିକି ପୀଡିତାଙ୍କୁ ହସ୍ପିଟାଲ ଡାକି ସମ୍ପୃକ୍ତ ନର୍ସକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚିହ୍ନଟ ସମୟରେ ମହିଳା ଜଣକ ସମ୍ପୃକ୍ତ ନର୍ସଙ୍କୁ ଚିହ୍ନିଥିଲେ । ହେଲେ ଉକ୍ତ ମାମଲାରେ ନର୍ସଙ୍କ ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ନଥିବା କହିଥିଲେ । ପରେ କିନ୍ତୁ ନର୍ସ ନିଜେ ସିଧାସଳଖ ଫୋନ ନକରି ଆଶାକର୍ମୀ ମାଧ୍ୟମରେ ମହିଳାଙ୍କୁ ଫୋନ କରିଥିଲେ । ଫୋନ କଲ ପରେ ମହିଳା ଜଣଙ୍କ ଘଟଣାରେ କିଛି କରିପାରିବେ ନାହିଁ ବୋଲି କହିଛନ୍ତି । ଅପରପକ୍ଷେ ଘଟଣାର ତଦନ୍ତ ଚାଲିଛି, ଯାହାର ରିପୋର୍ଟ ସରକାରଙ୍କୁ ଦିଆଯିବ । ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ।

ଭୁବନେଶ୍ବରର ବିକାଶ ଦାସ, ଇଟିଭି ଭାରତ

Intro:ଆଜ୍ଞା ମାଡାମ କଥା ଆଗକୁ ବଢାଅନି, ଯାହା ହେବାର କଥା ହୋଇଗଲାଣି, ନହେଲେ ଚାକିରୀ ଚାଲିଯିବ।

କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କ ପେଟରୁ ଗଜ ଓ ଗ୍ଲୋବସ ବାହାରିବା ଘଟଣାରେ ଆସିଲା ଫୋନ କଲ। ମାଡାମ କଥା କୁ ଆଗକୁ ବଢନ୍ତୁନି, ଯାହା ହବାର କଥା ହୋଇଗଲାଣି, ଆମେ ମାନୁଛୁ ଆମର ଭୁଲ ହୋଇଯାଇଛି, ମୋର ଚାକିରୀ ଚାଲିଯିବ। ଏଭଳି ଉକ୍ତ ପ୍ରସୂତି ମହିଳାଙ୍କୁ ଅସାକର୍ମୀଙ୍କ ଠାରୁ ଆସିଛି ଫୋନ କଲ।

Body:

ପେଟରୁ ଗଜ ବାହାରିବା ଘଟଣାରେ ଲିଖିତ ଅଭିଯୋଗ ଅନୁଯାଇ ହସ୍ପିଟାଲର କତ୍ତୃପକ୍ଷ ଏକ ଟିମ ଗଠନ କରି ତଦନ୍ତ କରୁଛନ୍ତି। ଏଓଏତେ କିନ୍ତୁ ପ୍ରସୂତିକୁ ହସ୍ପିଟାଲ କୁ ଡାକି ନର୍ସ ଚିହ୍ନଟ କରିବାକୁ କୁହାଯାଇଛି। ଚିହ୍ନଟ ବେଳେ ଉକ୍ତ ନର୍ସ କୁ ଚିହିଁ ପାରିଥିଲେ। ହେଲେ ଏଭଳି ଘଟଣାରେ ସମ୍ପୂର୍ଣ୍ଣ ରୂପେ ସମ୍ପୃକ୍ତ ନାହିଁ ବୋଲି ନର୍ସ କହିଥିଲେ। ପରେ କିନ୍ତୁ ଉକ୍ତ ନର୍ସ ଫୋନ ନକରି ପ୍ରସୂତିକୁ ଆଶା କର୍ମୀ ଫୋନ ମାଧ୍ୟମରେ ଭୁଲ ହୋଇଯାଇଛି କହି ଏହି ଘଟଣାକୁ ଆଗକୁ ନବଢ଼େଇବା ପାଇଁ ଅନୁରୋଧ କରିଛନ୍ତି। ଏନେଇ ଲିଖିତ ଆକାରରେ ଅଭିଯୋଗ କରିଛି। ଏହି ଘଟଣା ବାବଦରେ କୌଣସି କିଛି କରିପାରିବିନାହିଁ ବୋଲି କହିଛନ୍ତି ପ୍ରସୂତି। ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଅଶୋକ ପଟ୍ଟନାୟକ କହିଛନ୍ତି ଯେ ତଦନ୍ତ ଚାଲିଛି ଏହାର ରିପୋର୍ଟ ସରକାରଙ୍କୁ ଦିଆଯିବ। ସରକାର ଯାହା ନିଷ୍ପତି ନେବେ।

ସୂଚନା ଅନୁଯାୟୀ, ନଭେମ୍ବର ୭ ତାରିଖରେ ଫୁଲବାଣୀରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ୭୦୦ ଟଙ୍କା ନର୍ସ ମାଗିବାରୁ ମନା କରିଥିଲେ ଉକ୍ତ ମହିଳା। ତେବେ ମହିଳାଙ୍କୁ ନା କଲେ ଠିକ ସେ ଚିକିତ୍ସା ନା ବ୍ୟବହାର। ଦୁଇ ଦିନ ପରେ ମହିଳା ଙ୍କୁ ବିନା ଚେକଅଫ ରେ ଡିସଚାର୍ଜ କରିଦେଲେ ଡାକ୍ତର। ହସପିଟାଲରୁ ଆସିବାର ଦୁଇ ଦିନ ପରେ ଦେହରୁ ଗଜ ଓ ଗ୍ଲୋବସ ବାହାରିଥିଲା। ଯାହା ହସ୍ପିଟାଲରେ ଦେଖେଇବା ପରେ ବି ଆଉ ଦୁଇଟି ଗଜ ବାହାରିଥିଲା ଦେହ ମଧ୍ୟରୁ। ଏନେଇ ନମ୍ୱଭେମ୍ବର ୧୬ ତାରିଖରେ ଚିକିତ୍ସା ରେ ଅବହେଳା କରିଥିବା ଡାକ୍ତର ଓ ନର୍ସ ଙ୍କ ନାମରେ ଅଭିଯୋଗ କରିଥିଲେ ଉକ୍ତ ମହିଳା।

Byte- ପ୍ରସୂତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.