ETV Bharat / city

ମାଲିକ ବିଶ୍ବାସରେ ବିଷ ଦେଲା ଡ୍ରାଇଭର, ଗାଡି ସଜାଡିବା ଆଳରେ ବିକିଦେଲା କାର

ଡ୍ରାଇଭରକୁ ଭରସା କରୁଥିଲେ ହୁସିଆର। କାରଣ ରାଜଧାନୀରେ ଏମିତି ଧୋକା ଖାଇଯାଇଛନ୍ତି ଉତ୍କଳ ୟୁନିଭରସିଟିର ମହିଳା ପ୍ରଫେସର । ଅଧିକ ପଢନ୍ତୁ...

author img

By

Published : Apr 18, 2021, 8:01 PM IST

ମାଲିକ ବିଶ୍ବାସରେ ବିଷ ଦେଲା ଡ୍ରାଇଭର
ମାଲିକ ବିଶ୍ବାସରେ ବିଷ ଦେଲା ଡ୍ରାଇଭର

ଭୁବନେଶ୍ବର: ଡ୍ରାଇଭରକୁ ଭରସା କରୁଥିଲେ ହୁସିଆର। କେତେବେଳେ ହୋଇପାରନ୍ତି ଧୋକାର ଶିକାର। କାରଣ ରାଜଧାନୀରେ ଏମିତି ଧୋକା ଖାଇଯାଇଛନ୍ତି ଉତ୍କଳ ୟୁନିଭରସିଟିର ମହିଳା ପ୍ରଫେସର। ନିଜର ଡ୍ରାଇଭରକୁ ଭରସା କରି ଗାଡ଼ି ହରାଇଥିଲେ ଏହି ଉଚ୍ଚ ଶିକ୍ଷିତା ମାଲିକାଣି ଜଣକ। ନିଜର ଗାଡି ଡ୍ରାଇଭର ଗାଡ଼ି ଖରାପ କହି ଗ୍ୟାରେଜ ଦେଇ କହି ବିକିଦେଇଥିଲେ ଦଲାଲକୁ।

ମାଲିକ ବିଶ୍ବାସରେ ବିଷ ଦେଲା ଡ୍ରାଇଭର

ଏପରିକି ମାସ ମାସ ଧରି ଗାଡ଼ି ଆଣିବା ପାଇଁ ଚାହିଁଥିଲେ ବି ଡ୍ରାଇଭର ଧରାଛୁଆ ନଦେଇ ହୋଇଯାଇଥିଲା ଫେରାର। କାରଣ ମାଲିକାଣିଙ୍କ ଅଜାଣତରେ ଗାଡିର କାଗଜପତ୍ର ସହ ଆଧାରକାର୍ଡ ଜରିଆରେ ଜଣେ ଦଲାଲକୁ ୩ ଲକ୍ଷରେ ବିକ୍ରି କରିଦେଇ ଫେରାର ହୋଇଯାଇଥିଲା।

ପରେ ଏନେଇ ମାଲିକାଣି ଅର୍ଥାତ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରି ଗାଡିଟିକୁ ଜୟପୁରରୁ ଜବତ କରିଛି ପୋଲିସ। ଗାଡିଟିକୁ ଜାଲ କାଗଜପତ୍ର ଜରିଆରେ ବିକ୍ରି କରିଥିବା ଦଲାଲ ଆଲୋକ ଦାସକୁ ଗିରଫ କରିଛି କମିଶନରେଟ ପୋଲିସ।

ଆଲୋକର ଘର ଝାରପଡା ହୋଇଥିବା ବେଳେ ସେ ଏପରି ଜାଲ କାଗଜପତ୍ର ଜରିଆରେ ଗାଡି ବିକ୍ରିର ଧନ୍ଦା କରେ । ଏପଟେ ଏବେବି ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.