ଭୁବନେଶ୍ବର: ଅଭିନବ ଉପାୟରେ କାର ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା କମିସନରେଟ ପୋଲିସ । ଲୁଟ୍ରେ ବ୍ୟବହୃତ ଗୋଟିଏ ବୋଲେରୋ ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ସଇତାନି ଦିମାଗରେ ଠକୁଥିଲେ ଫାଇନାନ୍ସ ଟଙ୍କା । ଫାଇନାନ୍ସ ସୁଝିନଥିବା କାର୍କୁ ଜାଲ ଏନଓସି ଦେଖାଇ ବିକ୍ରି କରୁଥିଲେ କାର୍ । ପରେ ଫାଇନାନ୍ସ କମ୍ପାନି ଗାଡିକୁ ଧରିବା ପରେ ଧରାଛୁଆ ଦେଉନଥିଲେ ଠକ। ତେବେ ଗିରଫ ଅଭିଯୁକ୍ତ ହେଲେ କାଳୁ ଚରଣ ପାତ୍ର, ଗ୍ୟାରେଜ ମାଲିକ ଲିଆକତ ଅଲି ଓ ସହଯୋଗୀ ଦିନେଶ ପ୍ରତିହାରି ।
ସୂଚନାଅନୁସାରେ, ଏହି ତିନି ଜଣ ଫାଇନାନ୍ସରେ କାର ନେଇଥିବା ଲୋକ ଦେବାଳିଆ ହୋଇଗଲେ ଗ୍ୟାରେଜ ମାଲିକ ଲିଆକତ ଅଲି ସେମାନଙ୍କୁ ଗାଡିକୁ ବିକ୍ରି କରାଇଦେବ କହି ଗ୍ରାହକ ଯୋଗାଡ କରୁଥିଲା । ଗାଡି କିଣିବା ଲୋକ ବକେୟ ଫାଇନାନ୍ସ ସୁଝିଦେବା କହି କମ ଦାମରେ ଗାଡି କିଣୁଥିଲେ ପରେ ସେହି କାର୍କୁ କାଳୁ ପାତ୍ର ଜରିଆରେ ଫାଇନାନ୍ସର ଜାଲି ଏନଓସି କରି ଅନ୍ୟ ଜଣେ ଲୋକକୁ ଫାଇନାନ୍ସ କ୍ଲିୟର କହି ନୁଆ ଗାଡି ଦାମରେ ଭଲ ମୁଲ୍ୟରେ ବିକ୍ରି କରୁଥିଲେ। ପରେ ସେହି ମାଲିକ ଗାଡି ନେଇ ଫାଇନାନ୍ସ ହାତରେ ଗାଡିର ବକେୟ ଥିବା ଟଙ୍କା ଫାଇନାନ୍ସ କମ୍ପାନୀ କିଣିଥିବା ଗାଡି ମାଲିକକୁ ମାଗିବା ପରେ ଜଣାପଡିଥିଲା ସେ ଠକେଇର ଶିକାର ହୋଇଛନ୍ତି ।
ଅର୍ଥାତ ପୁର୍ବରୁ ଫାଇନାନ୍ସ ଥିବା ଗାଡିକୁ ଫାଇନାନ୍ସ ସୁଝିଥିବା ଭାବି କିଣିଥିବା ଲୋକ ଠକେଇର ଶିକାର ହୁଏ । ଏନେଇ ଜଣେ ଅଭିଯୋଗ କାରି ସହିଦନଗର ଥାନାରେ ଅଭିଯୋଗ ପରେ ଏଭଳି ଏକ ଠକେଇ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ ।ଏଯାବତ ଦୁଇଟି ଠକେଇ ମାମଲା ଆସିଥିବା ବେଳେ ଦୁଇଟି ଗାଡି ଜବତହୋଇଛି । ଅଭିଯୁକ୍ତକଙ୍କୁ ଆପିସିର ଧାରା ୪୬୫, ୪୬୮, ୪୬୭, ୧୨୦ବି ଫର୍ଜି କାଗଜ କରିବା ପରେ ତାକୁ ସଠିକ ଦେଖାଇ ଅନ୍ୟକୁ ଗାଡି ବିକିବା ଓ ଠକେଇ କରିବା ଆଦି ମାମଲାରେ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏ ନେଇ ଅପରାଧିକଙ୍କୁ ଗିରଫ କରିବା ସହିତ ପୋଲିସ ତଦନ୍ତ ଚଳାଇଥିବା ଭୁବନେଶ୍ୱର DCP ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ