ଭୁବନେଶ୍ବର: ରାଜଧାନୀରେ ଜଳିଲା କାର। ରାସ୍ତା ଉପରେ ନୁହେଁ ପାର୍କିଂରେ ଜଳିଗଲା କାର । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ନିକଟରେ ଘଟିଛି ଏହି ଘଟଣା । ତିନୋଟି କାର ଲେନ ୩ରେ ପାର୍କିଂରେ ଥିବା ବେଳେ ହଠାତ ଜଳିଉଠିଥିଲା ।
ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ଦମକଳବାହିନୀ ନିଆଁକୁ ଆୟତ୍ତ କରିଥିଲା । ସୂଚନା ମୁତାବକ କାରଟି ଚାଲୁନଥିଲା କି ପାଖରେ କୌଣସି ବିଦ୍ୟୁତ ସଂଯୋଗ ବି ନଥିଲା ।
ଏଠାରେ ପ୍ରଶ୍ନ ଯେ, ନିଆଁ ଲାଗିଲା କେମିତି? ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କେହି ଦୁର୍ବୃତ୍ତ ନିଆଁ ଲଗାଇଛି କିମ୍ବା ସିଗାରେଟ ବା ବିଡିରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଇଛି। ଏନେଇ ତଦନ୍ତ ଜାରି ରହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ