ETV Bharat / city

ରାଜଧାନୀରେ ଦୁଇ କାର ମୁହାଁମୁହିଁ ଧକ୍କା, 4 ମୃତ - ରାଜଧାନୀରେ ମର୍ମଦୁନ୍ତ ଦୁର୍ଘଟଣା

accident
ରାଜଧାନୀରେ ଦୁଇ କାର ମୁହାଁମୁହିଁ ଧକ୍କା
author img

By

Published : Aug 27, 2020, 8:30 AM IST

Updated : Aug 27, 2020, 9:50 AM IST

08:24 August 27

ରାଜଧାନୀରେ ଦୁଇ କାର ମୁହାଁମୁହିଁ ଧକ୍କା, 4 ମୃତ

ରାଜଧାନୀରେ ଦୁଇ କାର ମୁହାଁମୁହିଁ ଧକ୍କା

ଭୁବନେଶ୍ବର: ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା 4 ଜୀବନ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନାଲକୋ ଛକରେ ଦୁଇଟି କାର OD33Y3649 ଓ OD02AA8100 ମଧ୍ୟରେ ମୁହାଁମୁହିଁ ଧକ୍କାରେ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି  ।  

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦୁଇ କାର କଳିଙ୍ଗ ହସ୍ପିଟାଲ ଛକରେ ମୁହାଁମୁହିଁ ଧକ୍କା ହୋଇଥିଲେ ।  ଯେଉଁଥିରେ ଗାଡିରେ ଥିବା 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ମୃତକ ମାନେ ହେଲେ ନିଳାଦ୍ରୀବିହାର ଅଞ୍ଚଳର  ଘନଶ୍ୟାମ ଦାସଙ୍କ ମା ଓ ଡ୍ରାଇଭର ସମେତ ତାର ଦୁଇ ସହଯୋଗୀ । ଏହି ଦୁର୍ଘଟଣାରେ  ଘନଶ୍ୟାମ ଦାସ ଓ ତାଙ୍କ ପତ୍ନୀ ଅଲ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।  ତେବେ ଗାଡିରେ ସେଫ ବେଲୁନ ଥିବା ସତ୍ତ୍ବେ  ଏହି ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଏପଟେ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି  । ତେବେ କାର ଭିତରୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Aug 27, 2020, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.