ETV Bharat / city

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା, ମୁହଁ ଖୋଲିଲେ ମନ୍ତ୍ରୀ

ରାଜ୍ୟକୁ ପୁଣି ଲଜ୍ୟା । ମହିଳାଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଜୁନାଗଡ଼ରେ ଘଟିଛି ଏପରି ଜଘନ୍ୟ କାଣ୍ଡ । ଦିନ ଦ୍ବିପ୍ରହରେ ଯୁବତୀଙ୍କୁ କରାଯାଇଛି ଗଣଦୁଷ୍କର୍ମ । ଏହି ଘଟଣାକୁ ନେଇ ଏପଟେ ପ୍ରତିକ୍ରିୟା ଦେଇଛନ୍ତି ଖୋଦ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 23, 2019, 3:04 PM IST

ଭୁବନେଶ୍ବର: ଜୁନାଗଡ଼ରେ ଘଟିଛି ଚାଞ୍ଚଲ୍ୟକର ଘଟଣା । କଲେଜ ପଢୁଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଜାରିଙ୍ଗି ଜଙ୍ଗଲରେ ବନ୍ଧୁକ ଦେଖାଇ ଦୁର୍ବୁତ ମାନେ ଘଟାଇଛନ୍ତି ଅମାନବୀୟ କାଣ୍ଡ । ଏହା ପୁଣି ଖୋଦ ରାଷ୍ଟ୍ର ଗୃହମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯେଉଁଠି ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି, ସେଠି ଉଚିତ କାର୍ଯ୍ୟାନୁଷ୍ଠାନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ରହିଛି । ତେଣୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

କଳାହାଣ୍ଡି ଏସପି ଓ କ୍ରାଇମ୍ ଏଡିଜିଙ୍କ ସହ ଆଲୋଚନା କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗଣଦୁଷ୍କର୍ମରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଗୃହମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ମିଶ୍ର ଙ୍କ ନିର୍ବାଚନ ମଣ୍ଡଳୀ ରେ ଅଭାବନୀୟ ଘଟଣା ।ଯୁବତୀ ଙୁ ବନ୍ଦୁକ ଦେଖେଇ ବଳତ୍କାର ।ଜୁନାଗଡର ଜାରିଙ୍ଗି ଜଙ୍ଗଲ ରେ ବନ୍ଦୁକ ଦେଖାଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । Body:ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜୁନାଗଡର ବିଧାୟକ ତଥା ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
ମିଶ୍ର କହିଛନ୍ତି ଯେ , Conclusion:ଯେଉଁଠି ମହିଳା ଙ୍କ ପ୍ରତି ଅନ୍ଯାୟ ହେଉଛି ।ସେନେଇ ମୁଖ୍ୟମନ୍ତ୍ରୀ ଙ୍କ କଡା ନିର୍ଦ୍ଦେଶ ରହିଛି ।କଡା କାର୍ଯାନୁଷ୍ଟାନ ହେବ ।ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।ଏନେଇ ଏସପି ଓ ଏଡିଜି କ୍ରାଇମ୍ ସହ ଆଲୋଚନା କରିଥିବା କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.