ETV Bharat / city

ପ୍ରବାସୀଙ୍କୁ ୟୁଏଇରୁ ଉଡାଇ ଆଣୁଛନ୍ତି କ୍ୟାପଟେନ ମଧୁସ୍ମିତା

ପୁନର୍ବାର 215 ପ୍ରବାସୀ ଓଡ଼ିଆଙ୍କୁ ବିମାନରେ ଧରି ଓଡ଼ିଶା ଉଡାଣ ଭରିଛନ୍ତି କ୍ୟାପଟେନ ମଧୁସ୍ମିତା ପଟ୍ଟନାୟକ । ବୁଧବାର ମହାପ୍ରଭୁଙ୍କ ବାହୁଡାଯାତ୍ରା ଥିବା ବେଳେ ପ୍ରବାସୀଙ୍କୁ ଓଡ଼ିଶା ବାହୁଡାଇ ଆଣୁଥିବା କହିଛନ୍ତି ଖୋଦ ମଧୁସ୍ମିତା । ଅଧିକ ପଢନ୍ତୁ..

ପ୍ରବାସୀଙ୍କୁ ୟୁଏଇରୁ ଉଡାଇ ଆଣୁଛନ୍ତି କ୍ୟାପେଟେନ ମଧୁସ୍ମିତା

author img

By

Published : Jun 30, 2020, 8:28 PM IST

ଭୁବନେଶ୍ବର: ପୁଣି 215 ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ସାଉଦି ଆରବରୁ ଫ୍ଲାଇଟରେ ଉଡାଣ ଭରିଛନ୍ତି କ୍ୟାପଟେନ ମଧୁସ୍ମିତା ପଟ୍ଟନାୟକ । ଆଜି ଅପରାହ୍ନରେ ଉଡାଣ ଭରିଥିବା ବେଳେ ରାତି 10 ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ସୂଚନା ରହିଛି । ସେପଟେ ଓଡ଼ିଆ ଭାଇ ଭଉଣୀଙ୍କୁ ଧରି ସ୍ବରାଜ୍ୟ ଫେରୁଥିବା ନେଇ ନିଜେ ସୂଚନା ଦେଇଛନ୍ତି କ୍ୟାପେଟନ ମଧୁସ୍ମିତା ।

ପ୍ରବାସୀଙ୍କୁ ୟୁଏଇରୁ ଉଡାଇ ଆଣୁଛନ୍ତି କ୍ୟାପେଟେନ ମଧୁସ୍ମିତା

ମହାପ୍ରଭୁ ଜଗନ୍ନାଥ ବୁଧବାର ମାଉସୀ ମା ଘରୁ ନୀଳକନ୍ଦରକୁ ବାହୁଡିବାକୁ ଥିବା ବେଳେ ଆମେ ମଧ୍ୟ ସୂଦୁର ସାଉଦୀ ଆରବରୁ ବାହୁଡ଼ିବୁ ବୋଲି ସୋସିଆଲ ମିଡ଼ିଆରେ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି କ୍ୟାପେଟନ ମଧୁସ୍ମିତା । ସେହିପରି ଓଡିଆ ସମାଜର ପ୍ରୟାସରେ 215 ଜଣ ପ୍ରବାସୀ ଓଡ଼ିଶା ପେରୁଥିବାରୁ ଅନୁଷ୍ଠାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଜୁନ 14ରେ ମଧ୍ୟ 215 ଜଣ ପ୍ରବାସୀଙ୍କୁ ବିମାନରେ ଓଡ଼ିଶା ଉଡ଼ାଇ ଆଣିଥିଲେ ମଧୁସ୍ମିତା । ଜୟ ଜଗନ୍ନାଥ କହି ଉଡ଼ାଣ ଭରିଥିବା ଏହି ଲେଡ଼ି ପାଇଲଟଙ୍କ କାର୍ଯ୍ୟ ଏବଂ ଉଦ୍ୟମ ସମଗ୍ର ରାଜ୍ୟରେ ଚର୍ଚ୍ଚା ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.