ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ(Capital Hospital) ଆରମ୍ଭ ହେବ ପିଜି ପାଠ୍ୟକ୍ରମ । 2022-23 ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା । ଏନେଇ କ୍ୟାପିଟାଲ ହସ୍ପିଟାଲର 6ଟି ବିଭାଗକୁ ମିଳିଛି ନାମଲେଖା ଅନୁମତି । ପ୍ରଥମ ପର୍ଯ୍ୟାୟରେ 24ଟି ସିଟ ପାଇଁ ଅନୁମତି ମିଳିଛି । ଏନେଇ ରବିବାର ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Capital Hospitalରେ ଖୁବଶୀଘ୍ର ଖୋଲିବ PG Institute
-
In a major boost to health sector in #Odisha, @NMC_IND has given final permission to start post-graduate courses in PGIMER and Capital Hospital, #Bhubaneswar. MS/ MD courses will be started in six specialities with a total of 24 seats from current academic year. #SusthaOdisha pic.twitter.com/5SkD6MdwUh
— CMO Odisha (@CMO_Odisha) September 11, 2022 " class="align-text-top noRightClick twitterSection" data="
">In a major boost to health sector in #Odisha, @NMC_IND has given final permission to start post-graduate courses in PGIMER and Capital Hospital, #Bhubaneswar. MS/ MD courses will be started in six specialities with a total of 24 seats from current academic year. #SusthaOdisha pic.twitter.com/5SkD6MdwUh
— CMO Odisha (@CMO_Odisha) September 11, 2022In a major boost to health sector in #Odisha, @NMC_IND has given final permission to start post-graduate courses in PGIMER and Capital Hospital, #Bhubaneswar. MS/ MD courses will be started in six specialities with a total of 24 seats from current academic year. #SusthaOdisha pic.twitter.com/5SkD6MdwUh
— CMO Odisha (@CMO_Odisha) September 11, 2022
ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କ୍ୟାପିଟାଲ୍ ହସ୍ପିଟାଲରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଚୂଡ଼ାନ୍ତ ଅନୁମତି ମିଳିଛି । ଚଳିତ ଶିକ୍ଷାବର୍ଷରୁ ମୋଟ 24ଟି ସିଟ୍ ସହିତ 6 ଟି ସ୍ପେଶାଲ MS / MD ପାଠ୍ୟକ୍ରମ ଆରମ୍ଭ ହେବ । କ୍ୟାପିଟାଲ ହସ୍ପିଟାଲର ୬ଟି ବିଭାଗର ୨୪ଟି ସିଟରେ ନାମଲେଖା ପାଇଁ ଅନୁମତି ମିଳିଛି । ସେଥିମଧ୍ୟରୁ ମେଡିସିନ ବିଭାଗରେ 5ଟି ସିଟ, ସର୍ଜରୀ ବିଭାଗରେ 5ଟି, ଅସ୍ଥି ସଲ୍ୟ ବିଭାଗରେ 2ଟି, ଶିଶୁ ରୋଗ ବିଭାଗ ପାଇଁ 4ଟି, ଶ୍ବାସରୋଗ ବିଭାଗ ପାଇଁ 3ଟି, ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ 5ଟି ସିଟ ରଖାଯାଇଛି ।
ପୂର୍ବରୁ ପିଜି ପାଠପଢା ପାଇଁ ପୂର୍ବରୁ ପ୍ରଫେସର ଓ କର୍ମଚାରୀଙ୍କ ସହ ପାଖାପାଖି 70 ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ସମସ୍ତ ବିଭାଗର ଖୁବ ଶୀଘ୍ର ନାମଲେଖା ପାଇଁ ଆବେଦନ ପକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଏବଂ କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ପ୍ରତ୍ୟେକ 100ଟି ସିଟ୍ ସହିତ MBBS ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ରାଜ୍ୟ ସରକାର ଶିକ୍ଷାଦାନ ତଥା ଅଣ-ଶିକ୍ଷକ କର୍ମଚାରୀ, କୋଠା, ଯନ୍ତ୍ରପାତି, ଡାକ୍ତରଖାନା ସୁବିଧା ଦୃଷ୍ଟିରୁ ସମସ୍ତ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ ।
2022-23 ବର୍ଷ ମଧ୍ୟରେ ପ୍ରଥମ ବ୍ୟାଚ ପିଲାଙ୍କୁ ନାମ ଲେଖାଇବା ପାଇଁ ଆଶା କରାଯାଇଥିଲା । ଏଥିରୁ ଦିଲ୍ଲୀ ମେଡିକାଲ କାଉନସିଲ ତରଫରୁ ମଧ୍ୟ ଅନୁମତି ମିଳିସାରିଥିଲା । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଥିଲା । ଖୁବଶୀଘ୍ର ଏହା ଆରମ୍ଭ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ । ଏପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ କରାଯାଉଛି । ପ୍ରାଥମିକ ଷ୍ଟେଜରେ ରହିଛି । ଆଶା କରାଯାଉଛି ଖୁବଶୀଘ୍ର କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର