ETV Bharat / city

କୋଭିଡ ଟେଷ୍ଟିଂ କେନ୍ଦ୍ରରେ ନିୟମକୁ ଫୁ, ମେଡିକାଲ ବାଣ୍ଟୁଛି କୋରୋନା ! - Covid19 update

କ୍ୟାପିଟାଲ ହସ୍ପିଟାଲ ମଧ୍ୟ ହୋଇପାରେ ସୁପର ସ୍ପ୍ରେଡର । ଏଠାରେ କୋଭିଡ ଟେଷ୍ଟ କରିବାକୁ ନମୁନା ସଂଗ୍ରହ କେନ୍ଦ୍ରରେ ଲାଗୁଛି ଅସମ୍ଭାଳ ଭିଡ଼ । ଯାହାକୁ ଦେଖିଲେ ଲାଗୁଛି ଏଠାରେ କୋଭିଡ ନିୟମ ସମ୍ପୂର୍ଣ୍ଣ ରୂପେ ପ୍ରହସନ ପଲଟିଛି । ଅଧିକ ପଢନ୍ତୁ...

capital hospital bbsr
କୋଭିଡ ଟେଷ୍ଟିଂ କେନ୍ଦ୍ରରେ ନିୟମକୁ ଫୁ, ମେଡିକାଲ ବାଣ୍ଟୁଛି କୋରୋନା !
author img

By

Published : May 3, 2021, 10:51 PM IST

ଭୁବନେଶ୍ବର: ଦିନକୁ ଦିନ ଭୟଙ୍କର ହେଉଛି ମହାମାରୀ । କଲବଲ କଲାଣି ଭାଇରସର ନୂଆ ଷ୍ଟ୍ରେନ । ଯାହାକୁ ଦେଖି ରାଜ୍ୟରେ ବ୍ୟାପକ ହୋଇଛି ଟେଷ୍ଟିଂ ବ୍ୟବସ୍ଥା । ଆଉ ସଂକ୍ରମଣ ଭୟରେ କୋଭିଡ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ଼ । ଏଭଳି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲ ମଧ୍ୟ ହୋଇପାରେ ସୁପର ସ୍ପ୍ରେଡର।ଏଠାରେ କୋଭିଡ ଟେଷ୍ଟ କରିବାକୁ ନମୁନା ସଂଗ୍ରହ କେନ୍ଦ୍ରରେ ଲାଗୁଛି ଅସମ୍ଭାଳ ଭିଡ଼ । ଯାହାକୁ ଦେଖିଲେ ଲାଗୁଛି ଏଠାରେ କୋଭିଡ ନିୟମ ସମ୍ପୂର୍ଣ୍ଣ ରୂପେ ପ୍ରହସନ ପଲଟିଛି ।

କୋଭିଡ ଟେଷ୍ଟିଂ କେନ୍ଦ୍ରରେ ନିୟମକୁ ଫୁ, ମେଡିକାଲ ବାଣ୍ଟୁଛି କୋରୋନା !

ଏଠାରେ ସାମାଜିକ ଦୂରତା ରକ୍ଷା ଦିଗରେ ପଦକ୍ଷପ ଗ୍ରହଣ କରାଯାଉ ନଥିବାରୁ ପରୀକ୍ଷା ପାଇଁ ସନ୍ଦେହରେ ନମୁନା ଦେବାକୁ ଆସୁଥିବା ଅଣସଂକ୍ରମିତଙ୍କୁ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ନମୁନା ପରୀକ୍ଷା ପାଇଁ ଅଧିକ ପରୀକ୍ଷଣ କେନ୍ଦ୍ର ସହିତ ସଚେତନତା ବୃଦ୍ଧି ଦିଗରେ ପ୍ରଶାସନ ଅଧିକ ପଦକ୍ଷପ ଗ୍ରହଣ କରୁ ବୋଲି ସାଧାରଣ ଲୋକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ।

ଏପରିକି ଯେଉଁମାନେ ପରୀକ୍ଷା କରି ରିପୋର୍ଟ ନେବା ପାଇଁ ଆସିଥାନ୍ତି ସେଠାରେ ମଧ୍ୟ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଯାହା କାହାର ରିପୋର୍ଟ ମଧ୍ୟ ଜଣା ନଥିବା ବେଳେ ସଂକ୍ରମଣକୁ ନେଇ ଭୟରେ ରହୁଛନ୍ତି ସାଧାରଣ ଜନତା । ଏପରି ପରିସ୍ଥିତରେ ହସ୍ପିଟାଲ ସୁପର ସ୍ପ୍ରେଡର ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ।

ରାଜ୍ୟରେ ବର୍ତ୍ତମାନ ସୁଧା ଏକ କୋଟିରୁ ଊର୍ଦ୍ଧ୍ବ ଟେଷ୍ଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ମୋଟ ଟେଷ୍ଟ କରାଯାଇଛି 3 ଲକ୍ଷ 97 ହଜାର 617 । ଦୈନିକ କ୍ୟାପିଟାଲ ହସ୍ପିଟାଲରେ ଏକ ହଜାରରୁ ଉର୍ଦ୍ଧ୍ବ ଟେଷ୍ଟ କରାଯାଉଛି । ଉଭୟ ଆରଟିପିସିଆର ଏବଂ ଆଣ୍ଟିଜେନ । ତେବେ ରାଜ୍ୟରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଟେଷ୍ଟ କେନ୍ଦ୍ର ଗୁଡିକକୁ ଛାଡିଦେଲେ ଟେଷ୍ଟ ପାଇଁ ମୋବାଇଲ ବ୍ୟାନ ମଧ୍ୟ ରହିଛି । ତେବେ ଏଠାରେ ମଧ୍ୟ ଶହଶହ ଲୋକମାନେ ଟେଷ୍ଟ କରିବା ପାଇଁ ପ୍ରତ୍ୟେକ ଦିନ ଆସୁଛନ୍ତି । ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିଲେ ମଧ୍ୟ କିଏ ଶୀଘ୍ର ଟେଷ୍ଟ କରିବା ନେଇ ଛକାପଞ୍ଝାରେ ରହୁଛନ୍ତି ଲୋକମାନେ। ଏପରିକି ଲାଗି ଲାଗି ରହୁଛନ୍ତି ସାଧାରଣ ଜନତା । ରିପୋର୍ଟ ନେବା ଲାଗି ମଧ୍ୟ ଅନେକ ସ୍ଥାନରେ ଲମ୍ବା ଲାଇନ ସହ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟରେ ପ୍ରତ୍ୟେକ ଦିନ ପାଖାପାଖି 40 ରୁ 45 ହଜାର ଟେଷ୍ଟ ହେଉଥିବା ହେଉଛି।

ଏପରିକି ସ୍ୱାସ୍ଥ୍ୟ ବିଶେଷଜ୍ଞ ସନ୍ତୋଷ ମିଶ୍ର କହିଛନ୍ତି ଯେ, କୋରୋନା ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବା ଆବଶ୍ୟକ। ଯେଉଁଠି କି ସଂକ୍ରମଣର ଅଧିକ ବଢିବାର ସମ୍ଭାବନା ରହିଛି। ତେବେ ଅଧିକ ଟେଷ୍ଟିଂ କାଉଣ୍ଟର କରିବା ସହ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା କରିବା ଆବଶ୍ୟକ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.