ETV Bharat / city

OJEE ପରୀକ୍ଷା ପୂର୍ବରୁ ମକ୍‌ଟେଷ୍ଟ ଦେଇପାରିବେ ପରୀକ୍ଷାର୍ଥୀ - OJEE ଅଧ୍ୟକ୍ଷ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପୂର୍ବରୁ ଅଭ୍ୟାସ କରିବାକୁ ନିଜ ପସନ୍ଦର ମକ୍ ଟେଷ୍ଟ ଦେବା ନେଇ ପରୀକ୍ଷାର୍ଥୀଙ୍କୁ OJEEର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

OJEE ପରୀକ୍ଷା ପୂର୍ବରୁ ମକ୍‌ଟେଷ୍ଟ  ଦେଇପାରିବେ ପରୀକ୍ଷାର୍ଥୀ

author img

By

Published : Aug 29, 2021, 3:49 PM IST

ଭୁବନେଶ୍ବର: OJEE ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ଦେଇପାରିବେ ମକ୍‌ଟେଷ୍ଟ । Www.ojee.nic.inକୁ ଯାଇ ମକ୍‌ଟେଷ୍ଟ ଦେଇପାରିବେ ପରୀକ୍ଷାର୍ଥୀ । ଯେତେଥର ଚାହିଁବେ ମକ୍‌ଟେଷ୍ଟ ଦେଇପାରିବେ ପରୀକ୍ଷାର୍ଥୀ । ଏନେଇ Www.ojee.nic.inରୁ ଡାଉନଲୋଡ କରିହେବ ଆଡମିଟକାର୍ଡ । ଆଉ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବରକୁ ବ୍ୟବହାର କରି OJEE ୱେବସାଇଟରେ ଲଗ୍ କରି ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଆଉ ନିଜ ପସନ୍ଦର ବିଷୟରେ ମକ ଟେଷ୍ଟ ଦେଇ ଅଭ୍ୟାସ କରିପାରିବେ ।

ସୂଚନାନୁଯାୟୀ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଜେଇ) ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ । ଯାହାକି ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ । ଏନେଇ ପୂର୍ବରୁ OJEE ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ସମସ୍ତ ବିଷୟରେ ପରୀକ୍ଷା ହେବ । ସେପ୍ଟେମ୍ବର ୬ ରୁ ୧୮ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ ବାେଲି OJEEର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.