ETV Bharat / city

ସ୍ମାର୍ଟସିଟିରେ ସାଇକେଲଗିରି ମାଧ୍ୟମରେ କର୍କଟ ସଚେତନତା - ସ୍ମାର୍ଟସିଟିରେ ସାଇକେଲଗିରୀ

ସ୍ମାର୍ଟସିଟିରେ ସାଇକେଲଗିରି । ସାଇକେଲଗିରିରେ କ୍ୟାନ୍ସର ସଚେତନତା । ଶୁକ୍ରବାର ସକାଳୁ ଭୁବନେଶ୍ୱର ଶିଶୁ ଭବନ ଛକ ସ୍ଥିତ ଏକାମ୍ର ପ୍ଳାଜାରୁ ସାଇକେଲଗିରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ଅଧିକ ଖବର ପଢନ୍ତୁ...

ସ୍ମାର୍ଟସିଟିରେ ସାଇକେଲଗିରୀ ମାଧ୍ୟମରେ କର୍କଟ ସଚେତନତା

author img

By

Published : Nov 6, 2020, 9:53 AM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ସାଇକେଲଗିରି । ସାଇକେଲଗିରିରେ କ୍ୟାନ୍ସର ସଚେତନତା । ଶୁକ୍ରବାର ସକାଳୁ ଭୁବନେଶ୍ୱର ଶିଶୁ ଭବନ ଛକ ସ୍ଥିତ ଏକାମ୍ର ପ୍ଳାଜାରୁ ସାଇକେଲଗିରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଜାତୀୟ କ୍ୟାନ୍ସର ସଚେତନତା ଦିବସ ଉପଲକ୍ଷେ ଏକାମ୍ର ପ୍ଲାଜ଼ାରୁ ବାହାରି ସାଇକେଲ ରାଲିରେ କଳିଙ୍ଗ ଷ୍ଟାଡିଅମରେ ପହଁଞ୍ଚି ଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କର୍କଟ ରୋଗ ଯେଉଁଭଳି ଭାବରେ ଭୟଙ୍କର ହେଉଛି ସେଥିପାଇଁ ଆଜିର ଦିବସରେ ସମାଜରେ ଏକ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ସମର୍ପିତ ।

ସାଇକେଲ ଚଲେଇବା ଦ୍ବାରା ଭୁବନେଶ୍ବର ପ୍ରଦୂଷଣ ମୁକ୍ତ ରହିବ ଫଳରେ ପରିବେଶ ସୁସ୍ଥ ରହିବ,ଆମେ ମଧ୍ୟ ଶାରୀରିକ ସୁସ୍ଥ ଅନୁଭବ କରିବ । ଏବଂ ସାଇକେଲଗିରି ଦ୍ବାରା ସାଇକେଲ ଚଳାଚଳ ଅନୁକୂଳ ବାତାବରଣ ସୃଷ୍ଟି କରିବା ଦିଗରେ ସାଇକ୍ଲୋଥନ ସହାୟକ ହେବ ବୋଲି ସାଇକେଲଗିରିର ମୁଖ୍ୟ ଆକର୍ଷଣ ପୂର୍ବତନ ସାଂସଦ ତଥା ସାଇକ୍ଳିଷ୍ଟ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

ସାଇକେଲଗିରି ମାଧ୍ୟମରେ ସମାଜକୁ ଏକ ବାର୍ତ୍ତା ଯାଉଛି । ପ୍ରଖ୍ୟାତ ଅଲମ୍ପିଆଡ଼ ଅନୁରାଧା ବିଶ୍ୱାଳ ସାଇକେଲ ଚଲେଇବା ଦ୍ବାରା ସୁଫଳ ବିଷୟରେ ଆଲୋକପାତ କରିଥିଲେ । ସ୍ମାର୍ଟସିଟିକୁ ସୁନ୍ଦର ଓ ସ୍ବଚ୍ଛ ପରିବେଶ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟସିଟି ଲିମି.ପକ୍ଷରୁ ଆରମ୍ଭ ହୋଇଛି ସାଇକେଲଗିରି ।

ନାଗରିକ ସଂଯୋଗକୁ ଗୁରୁତ୍ୱ ଦେଇ ସାଇକେଲ ଚଳାଇବାକୁ ଏକ ନିତିଦିନିଆ ଯୋଗାଯୋଗ ମାଧ୍ୟମ ଭାବେ ଭୁବନେଶ୍ୱର ବାସୀ ଅଭ୍ୟାସ ନେଇ ଆରମ୍ଭ ହୋଇଥିଲା ସାଇକେଲଗିରି । ସାଇକେଲ ଫର ଚେଞ୍ଜ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.