ETV Bharat / city

ITI ଓ ପଲିଟେକନିକ ସଂସ୍ଥାରେ ନାମଲେଖା, ଆରମ୍ଭ ହେଲା ପ୍ରଚାର ଅଭିଯାନ

ITI ଓ ପଲିଟେକନିକ ସଂସ୍ଥାରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ITI ଓ ପଲିଟେକନିକ ସଂସ୍ଥାରେ ନାମଲେଖା, ଆରମ୍ଭ ହେଲା ପ୍ରଚାର ଅଭିଯାନ
ITI ଓ ପଲିଟେକନିକ ସଂସ୍ଥାରେ ନାମଲେଖା, ଆରମ୍ଭ ହେଲା ପ୍ରଚାର ଅଭିଯାନ
author img

By

Published : Jul 26, 2021, 7:25 PM IST

ଭୁବନେଶ୍ବର: ଆଇଟିଆଇ ଓ ପଲିଟେକନିକ ସଂସ୍ଥାରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ସେପଟେ ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ତାଲିକାରେ ରାଜ୍ୟର ୬ଟି ସଂସ୍ଥା ରହିଛି । ତେବେ ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

ITI ଓ ପଲିଟେକ୍ନିକ ସଂସ୍ଥାରେ ନାମଲେଖା, ଆରମ୍ଭ ହେଲା ପ୍ରଚାର ଅଭିଯାନ

ଓଡ଼ିଶା ଆଇଟିଆଇ ଏବଂ ପଲିଟେକନିକ୍ ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଆଇଟିଆଇ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି । ରାଜ୍ୟ ସରକାର ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢୀ ସଶକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି । ଆଜି ଆଇଟିଆଇରେ ଆଧୁନିକ ଯନ୍ତ୍ରପାତି ବିଶିଷ୍ଟ କର୍ମଶାଳା, ତାଲିମପ୍ରାପ୍ତ ପ୍ରଶିକ୍ଷକ ଏବଂ ଆବାସିକ ସୁବିଧା ରହିଛି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କହିଛନ୍ତି । ୨୦୨୦ ମସିହାରେ ସର୍ବଭାରତୀୟ ସ୍ତରରେ ଆଇଟିଆଇ ପରୀକ୍ଷାରେ ଓଡିଶାର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଥିଲେ ବୋଲେ ସେ କହିଛନ୍ତି ।

2021-22 ମସିହା ପାଇଁ ଆଇଟିଆଇ, ପଲିଟେକନିକ୍ସରେ ନାମଲେଖା ପାଇଁ ପ୍ରକାର ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଅନୁଷ୍ଠାନ ସ୍ଥାନ ପାଇଛି । ରାଜ୍ୟ ପାଇଁ ଖୁସିର ବିଷୟ ହେଉଛି ୨୦୨୦ ବର୍ଷର ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ପରିକ୍ଷାର୍ଥୀ ସମଗ୍ର ଦେଶର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ମେଧାବୀ ତାଲିକାରେ ରହିଛନ୍ତି । ଅନଲାଇନ ଜରିଆରେ ୧୮ ହଜାର ୨୫୮ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି । ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.