ETV Bharat / city

ଆବାସ ଯୋଜନା ପାଇଁ ଖୋଲାଯିବ କଲ୍ ସେଣ୍ଟର - ଖୋଲିବ କଲ୍‌ ସେଣ୍ଟର

ଆବାସ ଯୋଜନାରେ ହିତାଧିକାରୀଙ୍କ ସହ ଫୋନରେ ଯୋଡି ହେବେ ସରକାର । ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଖୋଲିବ କଲ୍‌ ସେଣ୍ଟର ।

ଆବାସ ଯୋଜନା ପାଇଁ ଖୋଲାଯିବ କଲ୍ ସେଣ୍ଟର
author img

By

Published : Oct 26, 2019, 6:07 PM IST

Updated : Oct 26, 2019, 10:49 PM IST

ଭୁବନେଶ୍ବର: ଆବାସ ଯୋଜନାରେ ହିତାଧିକାରୀଙ୍କୁ ଦିଆଯିବ ଆହୁରି ସୁବିଧା । ଏଥିପାଇଁ ଖୋଲାଯିବ କଲ ସେଣ୍ଟର । ଗୃହ ନିର୍ମାଣ ଯୋଜନାକୁ ସଫଳ ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲିବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ପିଡି ଡିଆରଡିଏ ନିର୍ଦ୍ଦେଶକଙ୍କୁ ଚିଠି ଜରିଆରେ ଜଣାଇ ଦିଆଯାଇଛି । ‘5T’ ମାଧ୍ୟମରେ ସରକାର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଫିଡ଼ବ୍ୟାକ ନେବେ ।

ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମସ୍ୟା ନେଇ ନିକଟତର ହେବା ପାଇଁ ଏହି କଲ ସେଣ୍ଟର କରାଯାଇଛି । ଏହା ଦ୍ଵାରା ସିଧାସଳଖ ହିତାଧିକାରୀଙ୍କ ସହ ଯୋଗାଯୋଗ କରାଯାଇପାରିବ । ତେବେ ଏହାକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ଦ୍ଵାରା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ହେଉଥିବା ଦୁର୍ନୀତିକୁ ମୁକ୍ତ କରିବା ସହ ସ୍ବଚ୍ଛତା ପାଇଁ ଅଣାଯାଇପାରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲିବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ହିତାଧିକାରୀଙ୍କୁ ଅଧିକ ସୁବିଧା ଦେବାକୁ କଲ ସେଣ୍ଟର କରାଯିବ । ୫ଟି ମାଧ୍ୟମରେ ସରକାର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଫିଡ଼ବ୍ୟାକ ନେବେ ।

Body:ଉପଭୋକ୍ତା ଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମସ୍ୟା ର ନିକଟତର ହେବା ପାଇଁ ଏହି କଲ ସେଣ୍ଟର କରାଯାଇଛି ।ଏହା ଦ୍ଵାରା ଡାଇରେକ୍ଟ ଯୋଗାଯୋଗ କରିପାରିବୁ ।ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ପ୍ରତାପ ଯେନା ସୂଚନା ଦେଇଛନ୍ତି ।Conclusion:ଏହା ଦ୍ଵାରା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ହେଉଥିବା ଦୁର୍ନୀତିକୁ ମୁକ୍ତ କରିବା ସହ ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର ।
Last Updated : Oct 26, 2019, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.