ଭୁବନେଶ୍ବର: ଭୁବନେଶ୍ବରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟିତ । ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (Comptroller and Auditor General of India Girish Chandra Murmu) ଗିରୀଶ ଚନ୍ଦ୍ର ମୁର୍ମୁ ।
ଭୁବନେଶ୍ବର କେଶରୀ ନଗରରେ ଅବସ୍ଥିତ ଏହି ନୂଆ କାର୍ଯ୍ୟାଳୟ ୧.୧ ଏକର ଜମି ଉପରେ ଅବସ୍ଥିତ । ପ୍ରାୟ 40 ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ କୋଠାର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି 27 କୋଟି 26 ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ଅଫିସ ରହିବ ।
ଏହାବାଦ ଆଗାମୀ ଦିନରେ 43 ରାଷ୍ଟ୍ରର ଅଡିଟ ସଂସ୍ଥାକୁ ନେଇ ଗଠିତ ଏସିଆନ କଣ୍ଟ୍ରି ବୈଠକକୁ ଭୁବନେଶ୍ବର ଏଜି କାର୍ଯ୍ୟାଳୟରେ କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ