ETV Bharat / city

Odisha Assembly: ହଟ୍ଟଗୋଳ ମଧ୍ୟରେ ଗୃହରେ CAG ରିପୋର୍ଟ ଉପସ୍ଥାପିତ

author img

By

Published : Sep 9, 2021, 4:46 PM IST

ଦିନମାନ ଗୃହ ମୁଲତବୀ ରହିବା ପରେ ଅପରାହ୍ଣ ୪ଟାରେ ପୁନଃ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟକୁ ଆରମ୍ଭ କରିଛନ୍ତି ବାଚସ୍ପତି । ଏହାରି ମଧ୍ୟରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢ଼ନ୍ତୁ...

Odisha Assembly: ହଟ୍ଟଗୋଳ ମଧ୍ୟରେ ଗୃହରେ CAG ରିପୋର୍ଟ ଉପସ୍ଥାପିତ
Odisha Assembly: ହଟ୍ଟଗୋଳ ମଧ୍ୟରେ ଗୃହରେ CAG ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ବର: ଦିନମାନ ଗୃହ ମୁଲତବୀ ରହିବା ପର ଅପରାହ୍ଣ ୪ଟାରେ ପୁନଃ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟକୁ ଆରମ୍ଭ କରିଛନ୍ତି ବାଚସ୍ପତି । ଏହାରି ମଧ୍ୟରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଉଚ୍ଚଶିକ୍ଷା ଫଳାଫଳ ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ।

ଆଜି (ଗୁରୁବାର) ରାଜ୍ୟବାସୀ ଆଶା କରିଥିଲେ ଶେଷ ଦିନରେ ସୁରୁଖୁରୁରେ ଚାଲିବ ଗୃହ । ସରକାର ବିରୋଧୀ ସମ୍ବେଦନଶୀଳ ହୋଇ କରିବେ କାମ । କିନ୍ତୁ ଆଜି ମଧ୍ୟ ଧୋଇ ହୋଇ ଯାଇଥିଲା ପ୍ରଶ୍ନକାଳ । ବିରୋଧୀ ସରକାରୀ ଦଳର ରାଜନୈତିକ ଲଢେଇ ଆଗରେ ବଳି ପଡିଲା ପ୍ରଶ୍ନକାଳ । ଆଉ ଏପଟେ ଗୃହ ଚଳାଇବାକୁ ଉଦ୍ୟମ ନକରି ସିଧା ମୁଲତବୀ କରିଦେଲେ ବାଚସ୍ପତି । ପ୍ରଥମେ ପୂର୍ବାହ୍ନ ୧୧.୩୦ ଓ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବିଧାନସଭା ବାଚସ୍ପତି ।

ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଥିବା ଏହି ସ୍ବଳ୍ପ ଅଧିବେଶନ ଆଜି(ଗୁରୁବାର) ଶେଷ ହେଉଛି । ଛୋଟ ହୋଇଥିଲେ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଅଧିବେଶନରେ ସରକାର ୧୨ ଟି ବିଲ ସହ ୨ ଟି ଅଧ୍ୟାଦେଶ ଆଣିବାକୁ ଯୋଜନା କରିଥିଲେ। ସେଥିରୁ ଏକାଧିକ ବିଲ ଗୃହିତ ହୋଇ ସାରିଥିବାବେଳେ ଆଉ କିଛି ଏବେବି ବାକି ରହିଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.