ETV Bharat / city

ଗଙ୍ଗାଧର ମେହେର ଜଳ ଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର

ଗଙ୍ଗାଧର ମେହେର ଜଳ ଯୋଗାଣ ପ୍ରକଳ୍ପ ପାଇଁ 340 କୋଟି 36 ଲକ୍ଷ ଟଙ୍କା 16 ପଇସା ମୂଲ୍ୟର ଏଲ ଆଣ୍ଡ ଟି ଟେଣ୍ଡର ଉପରେ କ୍ୟାବିନେଟ ମୋହର । ଅଧିକ ପଢନ୍ତୁ..

ଗଙ୍ଗାଧର ମେହର ଜଳ ଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର

author img

By

Published : Feb 9, 2021, 8:51 PM IST

ଭୁବନେଶ୍ବର: ହୀରାକୁଦ ଡ୍ୟାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ ମୁଖ୍ୟ କେନାଲର ଆରଡି 34 10 କିମିରୁ ପ୍ରାବଧାନ କରାଯାଇଛି । ପ୍ରକଳ୍ପ ରିପୋର୍ଟରେ ଥିବା ପ୍ରାବଧାନକୁ କାର୍ଯ୍ୟକାରୀ କରିବାକୁ ହେଲେ ବରଗଡ ମୁଖ୍ୟ କେନାଲ ଆରଡି 34 10 କିମି ପର୍ଯ୍ୟନ୍ତ ଲାଇସିଂ କରିବା ସହ ତତସଂଲଗ୍ନ ଢାଞ୍ଚାଗୁଡିକର ସମ୍ପ୍ରସାରଣ ଓ ମରାମତି ଆବଶ୍ୟକ । ଏହି କାର୍ଯ୍ୟ ପାଇଁ ବରଗଡ ମୁଖ୍ୟ କେନାଲକୁ ଅନୁନ୍ୟ ଦୁଇ ବର୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କ୍ୟାବିନେଟ ।

ଗଙ୍ଗାଧର ମେହର ଜଳ ଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର
ଗଙ୍ଗାଧର ମେହର ଜଳ ଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର
ଗଙ୍ଗାଧର ମେହର ଜଳ ଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର
ଗଙ୍ଗାଧର ମେହର ଜଳ ଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର

ଏହି ପରିପ୍ରେକ୍ଷୀରେ ଏକ ବିକଳ୍ପ ପ୍ରସ୍ତାବ ଯଥା ବରଗଡ ମୁଖ୍ୟ କେନାଲର ହେଡ୍ ବେଗୁଲେଟରଠାରୁ ସିଧାସଳଖ 34, 10 କିମି ପର୍ଯ୍ୟନ୍ତ ପାଇପ ବିଛାଇ ଜଳ ଉତ୍ତୋଳନ କରି ଗଙ୍ଗାଧର ମେହେର ଉଠା ଜଳସଚେନ ପ୍ରକଳ୍ପ ପାଇଁ ଆବଶ୍ୟକ ଜଳ ଯୋଗାଇବାକୁ ପରିକଳ୍ପନା କରାଯାଇଛି । ଏନେଇ ଟେଣ୍ଡର ମଧ୍ୟ ଡକାଯାଇଛି ଏବଂ ଏହି ପ୍ରକ୍ରିୟାରେ 4 ଜଣ ଅଂଶଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଏଲ ଆଣ୍ଡ ଟି ଲିମିଟେଡ 340 ଗ୍ରିସ 36 ଲକ୍ଷ ଟଙ୍କା ବିନିମୟରେ ଏହି କାର୍ଯ୍ୟ କରିବା ପାଇଁ ଆବେଦନ କରି ସର୍ବନିମ୍ନ ବିଡର ଭାବେ ପରିଗଣିତ ହୋଇଛି । ରାଜ୍ୟ କ୍ୟାବିନେଟ 340 କୋଟି 36 ଲକ୍ଷ ଟଙ୍କା 16 ପଇସା ମୂଲ୍ୟର ଏହି ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ କରିଛନ୍ତି ।

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ବିଜେପୁର, ସୋହେଲା, ବରପାଲି, ଡୁଙ୍ଗୁରୀପାଲ୍ଲୀ ବ୍ଲକର 25 ହଜାର 600 ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଆବଶ୍ୟକ ଜଳ ଯୋଗାଣ କରିପାରିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.