ETV Bharat / city

ନୂଆ ବର୍ଷରେ ନୂଆ DGP, ସୁନୀଲଙ୍କୁ କେନ୍ଦ୍ରର ସବୁଜ ସଙ୍କେତ - ସୁନୀଲ କୁମାର ବଂଶଲ ନୂଆ ଡିଜିପି

ନୂଆ ବର୍ଷରୁ ଓଡିଶାକୁ ମିଳିବେ ନୂଆ ଡିଜିପି । ନୂତନ ଡିଜିପି ଭାବେ ଦାୟିତ୍ବ ନେବେ ୧୯୮୭ ବ୍ୟାଚ୍‌ର IPS ସୁନୀଲ କୁମାର ବଂଶଲ । ଏ ନେଇ ମିଳିଛି କେନ୍ଦ୍ରର ଅନୁମତି । ସୁନିଲ ବଂଶଲଙ୍କ ନିଯୁକ୍ତ ପରେ ତାଙ୍କୁ ଓଡ଼ିଶା ଆସିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ ।

ନୂଆ ବର୍ଷରରେ DGP ଭାବେ ଦାୟିତ୍ବ ନେବେ ସୁନୀଲ ବଂଶଲ

author img

By

Published : Dec 27, 2021, 12:02 PM IST

ଭୁବନେଶ୍ବର: ନୂଆ ବର୍ଷରୁ ଓଡିଶାକୁ ମିଳିବେ ନୂଆ ଡିଜିପି । ନୂତନ ଡିଜିପି ଭାବେ ଦାୟିତ୍ବ ନେବେ ୧୯୮୭ ବ୍ୟାଚ୍‌ର IPS ସୁନୀଲ କୁମାର ବଂଶଲ । ଏ ନେଇ ମିଳିଛି କେନ୍ଦ୍ରର ଅନୁମତି । ସୁନିଲ ବଂଶଲଙ୍କ ନିଯୁକ୍ତ ପରେ ତାଙ୍କୁ ଓଡ଼ିଶା ଆସିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ଏନେଇ କେନ୍ଦ୍ରିକ ଡେପୁଟେସନରେ ଥିବା ଏହି ଆଇପିଏସଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ମିଳିଛି ।

ନୁଆ ବର୍ଷରୁ ନୁଆ ଡିଜିପି
ନୁଆ ବର୍ଷରୁ ନୁଆ ଡିଜିପି

ବର୍ତ୍ତମାନର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ୩୧ ଡିସେମ୍ବରରେ ଶେଷ ହେବ । ଅଭୟଙ୍କ ପରେ ନୂତନ ଡିଜିପିଙ୍କୁ ନୂଆ ବର୍ଷ ଆରମ୍ଭରୁ କାର୍ଯ୍ୟଭାର ଦାୟିତ୍ବ ଦିଆଯିବ । ୧୯୮୭ ବ୍ୟାଚର IPS ସୁନୀଲଙ୍କ ନିଯୁକ୍ତିରେ ଡିସେମ୍ବର ୧୫ରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ଏସପି ଭାବେ କାର୍ଯ୍ୟରତ ସୁନୀଲ ଭଂଶଲ କେନ୍ଦ୍ରରେ IB (Intelligence Bureau)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । 27 ବର୍ଷ କେନ୍ଦ୍ରରେ କାର୍ଯ୍ୟ କରିବା ପରେ ଡିଜି ହୋଇ ସୁନୀଲ ଓଡ଼ିଶା ଫେରିବେ ।

ଚଳିତ ମାସ ୩୧ ତାରିଖରେ ରାଜ୍ୟ ପୋଲିସ ଡିଜି ଅଭୟ ଅବସର ନେବା ପରେ ସୁନୀଲ ଦାୟିତ୍ୱ ଗ୍ରହଣ କରିବେ । ଗତ ଡିସେମ୍ବର 8 ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଡିିଜିପି ମନୋନୟନ କମିଟି ବୈଠକ ହୋଇଥିଲା । ବୈଠକରେ ରାଜ୍ୟର ପୋଲିସ ଡିଜି ପଦବୀ ପାଇଁ ମୋଟ 12 ଜଣ ଯୋଗ୍ୟ IPSଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ ଜଣ IPSଙ୍କ ନାମ ସର୍ଟଲିଷ୍ଟ୍‌ ହୋଇଥିଲା ।

ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚ୍‌ର ପ୍ରଦୀପ କପୁର, ୧୯୮୭ ବ୍ୟାଚ୍‌ର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚ୍‌ର ମନୋଜ କୁମାର ଛାବ୍ରାଙ୍କ ନାମ ରହିଥିଲା । ଏହା ଉପରେ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ସୁନୀଲଙ୍କ ବଂଶଲଙ୍କୁ ଡିଜିପି ଦାୟିତ୍ବ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସୁନୀଲ ୨୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ । ୧୯୯୪ ସେପ୍ଟେମ୍ବର ମାସରୁ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ସୁନୀଲ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.