ଭୁବନେଶ୍ବର: ଦୁଇ ଓଡ଼ିଆ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି କେନ୍ଦ୍ର ସରକାର । ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ସ୍ବତନ୍ତ୍ର ଡିଜି ଭାବେ ପଦୋନ୍ନତି ପାଇଛନ୍ତି । ସେହିପରି ବିଏସଏଫର ସ୍ଵତନ୍ତ୍ର ଡିଜି ଭାବେ ପଦୋନ୍ନତି ପାଇଛନ୍ତି ଓଡ଼ିଆ ଅଫିସର ୟୁସି ଷଡ଼ଙ୍ଗୀ । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
1988 ବ୍ୟାଚ IPS ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କୁ 2 ବର୍ଷ ପାଇଁ ଦିଆଯାଇଛି ଦାୟିତ୍ବ । ସେହିପରି 1988 ମସିହା IPS ୟୁସି ଷଡ଼ଙ୍ଗୀଙ୍କୁ ତାଙ୍କ ସେବାନିବୃତ୍ତି ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସଏଫର ସ୍ଵତନ୍ତ୍ର ଡିଜି ଭାବେ ଦାୟିତ୍ବ ଦିଆଯାଇଛି । ଅନ୍ୟାନ୍ୟ 14 ଜଣ IPS ଙ୍କୁ ମଧ୍ୟ ମିଳିଛି ପଦୋନ୍ନତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ