ETV Bharat / city

CAB ସମର୍ଥନ ପାଇଁ ଡିଲ୍ କରିଛି ବିଜେଡି !

ନାଗରିକ ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହା ପଛରେ ଡିଲ୍ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ପଢନ୍ତୁ ସମୂର୍ଣ୍ଣ ଖବର...

CAB support
CAB ସମର୍ଥନ ପଛରେ ବିଜେଡିର ଡିଲ୍ !
author img

By

Published : Dec 11, 2019, 11:15 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ ସମର୍ଥନ ପଛରେ ବିଜେଡି ବିଜେପି ମଧ୍ୟରେ ହୋଇଛି କି ଡିଲ୍ । ଯାହାକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି । ସମସ୍ତ କେନ୍ଦ୍ରୀୟ ବିଲ ସମେତ ଲୋକସଭାରେ CAB ବିଲକୁ ବିଜେଡିର ଆକୁଣ୍ଠ ସମର୍ଥନ ପରେ ଏଭଳି ଏକ ଚର୍ଚ୍ଚା ସାମ୍ନାକୁ ଆସିଛି ।

CAB ସମର୍ଥନ ପଛରେ ବିଜେଡିର ଡିଲ୍ !

ବୁଧବାର CAB ବିଲକୁ ସମର୍ଥନ ପରେ ବିଜେଡି ସାଂସଦଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଅନ୍ୟପଟେ ବିଧାନ ପରିଷଦ ବିଲ ପାସ କରିବାକୁ ବିଜେଡି ବ୍ଲାକମେଲ୍ କରୁଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଯାହାର ଜବାବ ରଖିଛି ବିଜେଡି ।

ବିଜୁ ଜନତା ଦଳ ନିଜ ଦଳର ନେତା ମାନଙ୍କୁ ଥଇଥାନ କରିବା ନେଇ ଏଭଳି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଖାସ ଏଥିପାଇଁ ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ବିଲକୁ ସମର୍ଥନ ଦେଉଛି ବିଜେଡି । ଏଭଳି ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ ବିଲକୁ ପ୍ରଥମେ ସମର୍ଥନ ଓ ପରେ ବିଧାନ ପରିଷଦ ସମ୍ପର୍କରେ ଆଲୋଚନା ହିଁ ଡିଲ୍‌କୁ ପ୍ରମାଣିତ କରୁଛି । ରାଜ୍ୟସରକାର ଥଇଥାନ ରାଜନୀତିରେ ମାତିଥିବା କହିଛନ୍ତି କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।

ଅନ୍ୟପଟେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟରୁ ସମାନ ଧରଣର ଅଭିଯୋଗ ହୋଇଛି । ଏପରିକି ବିଧାନ ପରିଷଦ ପାଇଁ ବ୍ଲାକମେଲ କରୁଛି ବିଜେଡି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହାର ଜବାବ ରଖିବାକୁ ଯାଇ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି କି, ବିଧାନ ପରିଷଦ ବିଲ କିଭଳି ପାରିତ ହେବ ସେନେଇ ସାସଂଦ ମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଏହି ବିଲ ସର୍ବସମ୍ମତି କ୍ରମେ ଲୋକସଭାରେ ପାସ ହୋଇସାରିଛି । ବିଧାନ ପରିଷଦ ହେଲେ ସବୁ ବର୍ଗର ଲୋକଙ୍କୁ ପ୍ରତିନିଧିତ୍ଵ କରିବାର ସୁଯୋଗ ମିଳିବ ।

ପ୍ରକାଶ ଯେ, ବିଧାନ ପରିଷଦ ଗଠନ ହେଲେ,ଏଥିରେ ୪୯ଜଣ ସଦସ୍ୟ ରହିବେ,ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ୟୁଏଲବି ସଦସ୍ୟ ମାନେ ନିର୍ବାଚିତ କରିବେ । ସେହିଭଳି ଆଉ ୧୬ଜଣଙ୍କୁ ବିଧାୟକ ମାନେ ନିର୍ବାଚିତ କରାଇବେ। ଏହା ବ୍ୟତୀତ ୯ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ ।

ଭୁବନେଶ୍ବରରୁ ତପନ ଦାଶ, ଇଟିଭି ଭାରତ

Intro:ବହୁଚର୍ଚିତ ନାଗରିକ ସଂସୋଦନ ବିଲ୍ ସମର୍ଥନ ପଛରେ ବିଜେଡି ବିଜେପି ମଧ୍ୟରେ ହୋଇଛି ଡିଲ୍ ।ଯାହାକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି ।ସମସ୍ତ କେନ୍ଦ୍ରିୟ ବିଲ ସମେତ ଲୋକସବାରେ CAB ବିଲ୍ କୁ ବିଜେଡି ର ଆକୁଣ୍ଟ ସମର୍ଥନ ପରେ ଏଭଳି ଏକ ଚର୍ଚ୍ଚା ସାମନା କୁ ଆସିଛି । ଆଜି CAB ବିଲ୍ କୁ ସମର୍ଥନ ପରଜ ବିଜେଡି ସାସଂଦଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କୁ ସାକ୍ଷାତ ଏହି ଚର୍ଚ୍ଚା କୁ ଅଧିକ ଖୋରାଖ ଯୋଗାଇଛି ।ବିଧାନ ପରିଷଦ ବିଲ୍ ପାସ କରିବାକୁ ବିଜେଡି ବ୍ଲାକ୍ ମେଲ୍ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ବିରୋଧୀ ।ଏହାର ଜବାବ ରଖିଛି ବିଜେଡି ।

ରାଜ୍ୟ ରେ ଶାସକ ବିଜୁଜନତା ଦଳ ନିଜ ଦଳର ନେତା ମାନଙ୍କୁ ଥଇଥାନ କରିବା ନେଇ ଏଭଳି କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।ଖାସ ଏଥିପାଇଁ ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ବିଲ କୁ ସମର୍ଥନ ଦେଉଛି ବିଜେଡି । ।ଏଭଳି ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।ବିଲ୍ କୁ ପ୍ରଥମେ ସମର୍ଥନ ଓ ପରେ ବିଧାନ ପରିଷଦ ସମ୍ପର୍କରେ ଆଲୋଚନା ହିଁ ଡିଲ୍ ର ପ୍ରମାଣିତ କରୁଛି ବୋଲି କହିଛନ୍ତି ସୁର ରାଉତରାୟ ।ଏହାସହ ସରକାର ଥଇଥାନ ରାଜନୀତି ରେ ମାତିଥିବା କହିଛନ୍ତି ସୁର ।

Body:ସେପଟେ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟରୁ ସମାନ ଧରଣର ଅଭିଯୋଗ ହୋଇଛି ।ଏପରିକି ବିଧାନ ପରିଷଦ ପାଇଁ ବ୍ଲାକମେଲ କରୁଛି ବିଜେଡି ବୋଲି କହିଛନ୍ତି ବିଜେପି ନେତା
ପ୍ରଦୀପ ପୁରୋହିତ ।
ଏହାର ଜବାବ ରଖିଛି ବିଜେଡି ,ବିଜେଡି ବିଧାୟକ ନୃଶିସଂ ସାହୁ କହିଛନ୍ତି ଯେ , ବିଧାନ ପରିଷଦ ବିଲ୍ କିଭଳି ପାରିତ ହେବ ସେନେଇ ସାସଂଦ ମାନେ କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ,ପୂର୍ବରୁ ଏହି ବିଲ୍ ସର୍ବସମତି କ୍ରମେ ପାସ୍ ହୋଇସାରିଛି ।ବିଧାନ ପରିଷଦ ହେଲେ ସବୁ ବର୍ଗର ଲୋକଙ୍କୁ ପ୍ରତିନିଧିତ୍ଵ କରିବାର ସୁଯୋଗ ମିଳିବ ।

Conclusion:ସୂଚନା ଅନୁସାରେ ବିଧାନ ପରିଷଦ ଗଠନ ହେଲେ,ଏଥିରେ ୪୯ଜଣ ସଦସ୍ୟ ରହିବେ,ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଜିଲାପରିଷଦ,ପଞ୍ଚାୟତ ସମିତି ଓ ୟୁଏଲବି ସଦସ୍ୟ ମାନେ ନିର୍ବାଚିତ କରିବେ ।ସେହିଭଳି ଆଉ ୧୬ଜଣଙ୍କୁ ବିଧାୟକ ମାନେ ନିର୍ବାଚିତ କରାଇବେ,ଏହା ବାଦ ୯ଜଣଙ୍କୁ ରାଜ୍ୟ ପାଳ ମନୋନୀତ କରିବେ ଏବ ଅନ୍ୟ ଆସନ ଅଧ୍ୟାପକ ଓ ଶିକ୍ଷକ ମାନଙ୍କ ପାଇଁ ସଂରକ୍ଷିତ ରହିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.