ଭୁବନେଶ୍ବର: ସିଏଏ (CAA) ବିରୋଧରେ ଜାରି ରହିଛି ଦେଶବ୍ୟାପୀ ଆନ୍ଦୋଳନ । ଦେଶର ବିଭିନ୍ନ ଅଞ୍ଚଳରେ ଏହାକୁ ବିରୋଧ କରୁଥିବାବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ମୁସଲିମ ସଙ୍ଗଠନ ।
ଏନେଇ ଭୁବନେଶ୍ବରରେ ଶାନ୍ତି ରାଲି ଆୟୋଜିତ ହୋଇଛି । ଏଥିରେ 5 ହଜାରରୁ ଊର୍ଦ୍ଧ୍ବ ମୁସଲିମ ସମ୍ପ୍ରଦାୟର ଲୋକେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ସତ୍ୟନଗରରୁ ଲୋୟର ପିଏମଜି ଯାଏଁ ଏହି ଶୋଭାଯାତ୍ରା ଚାଲିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ