ETV Bharat / city

ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ

author img

By

Published : Oct 3, 2022, 12:31 PM IST

Updated : Oct 3, 2022, 1:04 PM IST

ନଭେମ୍ବର 3ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର 7ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନଭେମ୍ବର 6ରେ ପ୍ରକାଶ ପାଇବ ଫଳ । ଅଧିକ ପଢନ୍ତୁ

ନଭେମ୍ବର 3ରେ ଧାନନଗର ଉପନିର୍ବାଚନ
ନଭେମ୍ବର 3ରେ ଧାନନଗର ଉପନିର୍ବାଚନ

ନୂଆଦିଲ୍ଲୀ: ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିଛି । ଧାମନଗର ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ନଭେମ୍ବର 3ରେ ଧାମନଗର ଉପନିର୍ବାଚନ ହେବ । ଅକ୍ଟୋବର 7ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର 14 ଯାଏ ଚାଲିବ ନାମାଙ୍କନ ଦାଖଲ । 15ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ 17ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ନଭେମ୍ବର 6ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫଳ । ନଭେମ୍ବର 8ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କିଛି ଦିନ ତଳେ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ ।

ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ
ବାଜିଲା ବିଗୁଲ, ନଭେମ୍ବର 3ରେ ଧାମନଗର ଉପନିର୍ବାଚନ

ଓଡିଶା ସମେତ ଅନ୍ୟ 6 ରାଜ୍ୟ ବିଧାନସଭା ନିର୍ବାଚନମଣ୍ଡଳୀ ଉପ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ର, ବିହାରର ମୋକାମା ଓ ଗୋପାଲଗଞ୍ଜ, ହରିଆଣା, ତେଲେଙ୍ଗାନା, ଉତ୍ତରପ୍ରଦେଶରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ...STF ହାତରେ ନାୟକ ଗ୍ୟାଙ୍ଗର ନେଟୱାର୍କ, ୩ ଦିନରେ ୩ ଗିରଫ

ଧାମନଗର ବିଧାନସଭା ଆସନ ଖାଲି ନେଇ ସେପ୍ଟେମ୍ବର 22ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଧାନସଭା ସଚିବ ଦାଶରଥି ଶତପଥୀ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଏହାପରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଗତ ମାସ 19 ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ବିଷ୍ଣୁଙ୍କ ବିୟୋଗରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ବିଷ୍ଣୁ ସେଠୀ ବିଧାୟକ ସହ ବିରୋଧୀ ଦଳ ଉପନେତା ଥିଲେ । କିଡନୀ ଜନିତ ସମସ୍ୟା ପାଇଁ ସେ ଭୁବନେଶ୍ବରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା । ନିୟମ ଅନୁସାରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କର ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥାଏ । ନିର୍ବାଚନ ପ୍ରକ୍ରିୟା ଦେହାନ୍ତର 6 ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି ।

ଚଳିତ ବର୍ଷ ମଇ 31ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲେ । ଏଥିରେ ବିଜେଡି ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତି ତଥା କିଶୋର ମହାନ୍ତିଙ୍କ ପତ୍ନୀ ବିଜୟୀ ହୋଇଥିଲେ ।

Last Updated : Oct 3, 2022, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.