ETV Bharat / city

'ବିଜେଡି ଓ ବିଜେପି କଣ କରିଛନ୍ତି ସେ କଥା ଲୋକ ଜାଣିଛନ୍ତି' - ଉପନିର୍ବାଚନକୁ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ବୟାନ

ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢିବାରେ ଲାଗିଛି । ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଭୋଟ ହାତେଇବା ପାଇଁ ନିଜ ଗୁଣଗାନ କରିବାରେ ବ୍ୟସ୍ତ । ଏହାକୁ ନେଇ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବାଲେଶ୍ବରରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ବାଦି ପାଲା । ସମ୍ପୂର୍ଣ୍ଣ ପଢନ୍ତୁ...

'ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ବାଦି ପାଲା'

author img

By

Published : Oct 25, 2020, 1:12 PM IST

ଭୁବନେଶ୍ବର: ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର ଚାଲିଛି । ମତଦାନ ତାରିଖ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢିବାରେ ଲାଗିଛି । ନେତା ମନ୍ତ୍ରୀଙ୍କ ଆରୋପ ପ୍ରତ୍ୟାରୋପ ସହ ଭୋଟରଙ୍କୁ ମଧ୍ୟ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବାଲେଶ୍ବରରେ ବାଦି ପାଲା ଚାଲିଛି । ଉଭୟ ବିଜେପି ଓ ବିଜେଡି ଏହି ପାଲା କରୁଛନ୍ତି ।

'ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ବାଦି ପାଲା'

ଦୁଇ ଦଳ ହିସାବ ଦେଉଛନ୍ତି କେତେ ଟଙ୍କା କିଏ ଦେଇଛି । ହେଲେ ବାସ୍ତବରେ କଣ କାମ ହେଇଛି ସେକଥା ଲୋକେ ଦେଖୁଛନ୍ତି । ଏଭଳି ଫାଙ୍କା ବିତର୍କ ନକରି ଲୋକଙ୍କ ସମସ୍ୟା ବୁଝାନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେଡି 21 ବର୍ଷରେ କଣ କରିଛି ଆଉ ବିଜେପି 7 ବର୍ଷରେ କଣ କରିଛି ହିସାବ ଦେଉ । ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲବାସୀଙ୍କୁ ଅନୁରୋଧ କାହା କଥାରେ ଭାସି ନଯାଇ ପରିବର୍ତ୍ତନ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.