ETV Bharat / city

କଟକଣା କୋହଳ ପରେ ବଢ଼ିଛି ବ୍ୟବସାୟ ସମ୍ଭାବନା - Guidelines

ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନରେ ସପ୍ତାହନ୍ତ ସଟଡାଉନଠାରୁ ନେଇ ହଟିଛି ସବୁ କଟକଣା । ସିନେମା ହଲରୁ ନେଉ ହୋଟେଲ ସବୁ ଖୋଲିବାକୁ ଅନୁମତି ମିଳିଛି । ଫଳରେ ବ୍ୟବସାୟୀଙ୍କ ମଧ୍ୟରେ ବ୍ୟବସାୟ ନେଇ ସମ୍ଭାବନା ବଢିଛି । ଅଧିକ ପଢନ୍ତୁ...

କଟକଣା କୋହଳ ପରେ ବଢ଼ିଛି ବ୍ୟବସାୟ ସମ୍ଭାବନା
କଟକଣା କୋହଳ ପରେ ବଢ଼ିଛି ବ୍ୟବସାୟ ସମ୍ଭାବନା
author img

By

Published : Sep 5, 2021, 8:29 AM IST

ଭୁବନେଶ୍ବର: ରାଜ୍ୟରେ କଟକଣା କୋହଳ ହୋଇଛି । ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନରେ ସପ୍ତାହନ୍ତ ସଟଡାଉନଠାରୁ ନେଇ ହଟିଛି ସବୁ କଟକଣା । ସିନେମା ହଲରୁ ନେଉ ହୋଟେଲ ସବୁ ଖୋଲିବାକୁ ଅନୁମତି ମିଳିଛି । ଫଳରେ ବ୍ୟବସାୟୀଙ୍କ ମଧ୍ୟରେ ବ୍ୟବସାୟ ନେଇ ସମ୍ଭାବନା ବଢିଛି ।

କଟକଣା କୋହଳ ପରେ ବଢ଼ିଛି ବ୍ୟବସାୟ ସମ୍ଭାବନା

ପୂର୍ବ ଅପେକ୍ଷା ସବୁ ସ୍ବାଭାବିକ ହୋଇଛି । ଫଳରେ ଲୋକମାନଙ୍କ ପାଇଁ ଜୀବିକାରେ ତିଷ୍ଠି ରହିବାର ସମ୍ଭାବନା ସୃଷ୍ଟି ହୋଇଛି । ଦାବି ଅନୁସାରେ ସିନେମା ହଲ ଓ ହୋଟେଲକୁ ଖୋଲିବାକୁ ଅନୁମତି ମିଳିଥିବାରୁ ଲୋକମାନେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ମନରେ ସଂକ୍ରମଣର ଭୟ ତ ରହିଛି ହେଲେ ସତର୍କତାର ସହିତ ଲୋକେ ଯାତାୟତ କରୁଛନ୍ତି । ନିୟମର ସଠିକ ବ୍ୟବହାର କରୁଛନ୍ତି ।

ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଥିବାରୁ ସିନେମା ହଲ ଖାଁ ଖାଁ ଥିଲା । ମାତ୍ର ସପ୍ତାହନ୍ତ ସଟଡାଉନ ଉଠିବା ପରେ ଚଳଚଞ୍ଚଳ ହୋଇଛି ସିନେମା ହଲ । ଶତ ପ୍ରତିଶତ ଗାଇଡଲାଇନ ପାଳନ କରି ସିନେମା ହଲ, ମଲ ଓ ହୋଟେଲ ଚାଲୁ ରିହିଛି । ଲୋକମାନେ ମଧ୍ୟ କୋରୋନାରୁ ନେଇ ସଚେତନ ହୋଇଛନ୍ତି । ସମସ୍ତେ ମାସ୍କ ଓ ସାନିଟାଇଜ ବ୍ୟବହାର କରୁଛନ୍ତି ।

ଆଗକୁ ପର୍ବ ପର୍ବାଣି ଆସୁଛି । ସପିଂ ପାଇଁ ଲୋକଙ୍କ ଭିଡ ଲାଗିବା ବି ଆରମ୍ଭ ହୋଇଛି । ନିୟମମାନି ଲୋକେମାନେ ସପିଂ କରୁଛନ୍ତି । କଟକଣା କୋହଳ ହେବା ପରେ ଭଲ ବ୍ୟବସାୟ ହେବ ବୋଲି ଆଶା ପୋଷଣ କରିଛନ୍ତି ବିଭିନ୍ନ ବ୍ୟବସାୟୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.