ETV Bharat / city

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକା ନାଁରେ ଚିଠି ଲେଖି ଝୁଲିପଡିଲେ ବ୍ୟବସାୟୀ

ଝୁଲନ୍ତା ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଠାବ। ଇନଫୋସିଟି ଅଞ୍ଚଳର ଏକ ଘର ଭିତରୁ ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅଧିକ ପଢ଼ନ୍ତୁ

author img

By

Published : Jan 31, 2022, 1:30 PM IST

Updated : Jan 31, 2022, 4:05 PM IST

dead body found in bhubaneswar infocity area
ରାଜଧାନୀରେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ଝୁଲନ୍ତା ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଠାବ। ଇନଫୋସିଟି ଅଞ୍ଚଳର ଏକ ଘର ଭିତରୁ ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ସୋମ୍ୟ ରଞ୍ଜନ ପାଣିଗ୍ରାହୀ ହୋଇଥିବା ସୂଚନା ମିଳିଛି। ମୃତଦେହ ପାଖରେ ଏକ ସୁଇସାଇଡ ନୋଟ ମିଳିଥିବା ଜଣାପଡ଼ିଛି। ତେବେ ପ୍ରେମ ପ୍ରସଙ୍ଗକୁ ନେଇ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକା ନାଁରେ ଚିଠି ଲେଖି ଝୁଲିପଡିଲେ ବ୍ୟବସାୟୀ

ରାଜଧାନୀର ଇନଫୋସିଟି ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଆସିଲା ଗ୍ଲାମରସ ଲିଙ୍କ୍। ଜଣେ କଣ୍ଠଶିଳ୍ପୀଙ୍କ ନାଁ ନେଇ ସେ ଧୋକା ଦେଇଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ବ୍ୟବସାୟୀ ଜଣକ। ଏପରିକି ନିଜ ମୋବାଇଲରେ ଆଇଡି ଓ ପାସଓ୍ବାର୍ଡ ସହ ଡ଼ାଡି ଓ ମମି କ୍ଷମା କରିଦେବ ବୋଲି ସୁଇସାଇଡ ନୋଟରେ ଲେଖିଛନ୍ତି । ତେବେ ସୁଇସାଇଡ ନୋଟରେ କଣ୍ଠଶିଳ୍ପୀଙ୍କ ନାଁ ନେଇ ତାଙ୍କୁ ପୋଲିସ ତଦନ୍ତ ଘେରକୁ ନେଲେ ଅନେକ କିଛି ସାମ୍ନାକୁ ଆସିବ ବୋଲି ସେ ଲେଖିଛନ୍ତି।

ସୌମ୍ୟ ପାଣିଗ୍ରାହୀ ପୁର୍ବରୁ ମଡେଲିଂ କରୁଥିଲେ। ଏଥିପାଇଁ ସେ ବମ୍ବେ ମଧ୍ୟ ଯାଇଥିଲେ। ଯେବେଠୁ ସେ ଏହି କଣ୍ଠଶିଳ୍ପୀଙ୍କ ସହ ରିଲେସନସିପରେ ଥିଲେ ସେ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିବା ତାଙ୍କ ମଉସା ମନୋଜ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଘେରକୁ ନେଲେ ଅନେକ କିଛି ସାମ୍ନାକୁ ଆସିପାରିବ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jan 31, 2022, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.