ETV Bharat / city

ନଭେମ୍ବର 16ରୁ ବସ୍ ସେବା ବନ୍ଦ, ବସ ମାଲିକ ସଂଘର ଚେତାବନୀ - ବସ ମାଲିକ ସଂଘ

କୋରୋନା କାଳରେ ପ୍ରଭାବିତ ବସ ସେବା । ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ଅଧିକ ପଢନ୍ତୁ..

ବିଭିନ୍ନ ସମସ୍ୟା ନେଇ ନଭେମ୍ବର 16ରୁ ବନ୍ଦ ଚେତାବନୀ ଦେଲା ବସ ମାଲିକ ସଂଘ

author img

By

Published : Oct 26, 2021, 7:24 PM IST

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ । ସରକାରଙ୍କ ନିକଟରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ ଦାବି ପୂରଣ ନହେଲେ ନଭେମ୍ବର ୧୬ରୁ ରାଜ୍ୟରେ ବସ୍ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ । ଏନେଇ ଆଜି ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ୧୪ ହଜାର ଘରୋଇ ବସ ଚଳାଚଳ କରୁଥିବାବେଳେ ବର୍ତ୍ତମାନ କୋରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ତେବେ ବର୍ତ୍ତମାନ ସମୟରେ ଯାତ୍ରୀ ଅଭାବରୁ ସବୁ ବସ୍ କ୍ଷତିରେ ଚାଲୁଥିବା ଅଭିଯୋଗ କରିଛି ସଂଘ । ଟିକସ ଛାଡ଼ ସହ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ ବୋଲି ସଂଘ ଅଭିଯୋଗ କରିଛି ।

କୋରୋନା କାଳରେ ବସ୍ ସେବା ବନ୍ଦ ଥିବାରୁ ମାଲିକମାନେ ପ୍ରବଳ କ୍ଷତି ସହିଛନ୍ତି । ଡିଜେଲ ଦର ବୃଦ୍ଧି ଯୋଗୁ ବସ ଭଡ଼ା ବଢୁଥିବାବେଳେ ଏହାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସରକାର ଡିଜେଲ ଦର କମାନ୍ତୁ , ନଚେତ ବସ୍ ଚଳାଇବା ଅସମ୍ଭବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏ ନେଇ ସରକାରଙ୍କୁ ରାଜ୍ୟ ମାଲିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବ । ନଭେମ୍ବର ୧୫ ଭିତରେ ଦାବି ପୂରଣ ନହେଲେ ୧୬ ତାରିଖରୁ ବସ ସେବା ବନ୍ଦ ହେବ ବୋଲି ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.