ETV Bharat / city

ବଢିଲା ବସ୍ ଭଡା, କିଲୋମିଟର ପିଛା 4ରୁ 12 ପଇସା ବୃଦ୍ଧି

author img

By

Published : Jul 1, 2021, 9:51 PM IST

ରାଜ୍ୟରେ ପୁଣି ବଢ଼ିଲା ବସ ଭଡ଼ା । ପ୍ରତି କିଲୋମିଟର ପିଛା 4ରୁ 12 ପଇସା ବୃଦ୍ଧି ହୋଇଛି । ଏହାକୁ ନେଇ ଆଜି ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବଢ଼ିଲା ବସ୍ ଭଡ଼ା, କିଲୋମିଟର ପିଛା 4ରୁ 12 ପଇସା ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ବସ ଭଡ଼ା । ପ୍ରତି କିଲୋମିଟର ପିଛା 4ରୁ 12 ପଇସା ବୃଦ୍ଧି ହୋଇଛି । ଏହାକୁ ନେଇ ଆଜି(ଗୁରୁବାର) ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ରାଜ୍ୟରେ ବଢୁଥିବା ଡିଜେଲ ଦରକୁ ଦୃଷ୍ଟିରେ ରଖି ବସ ଭଡା ବୃଦ୍ଧି ହୋଇଛି ।

ବର୍ଦ୍ଧିତ ବସ ଭଡ଼ା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା 4 ପଇସା ଲେଖାଏଁ ବୃଦ୍ଧି ପାଇଛି । ପୂର୍ବରୁ ସାଧାରଣ ବସ ଭଡ଼ା ପ୍ରତି କିଲୋମିଟର 85 ପଇସା ଥିବା ବେଳେ ଏବେ ଏହା 89 ପଇସା ହୋଇଛି । ଏକ୍ସପ୍ରେସ ବସ୍ ଭଡା ପ୍ରତି କିଲୋମିଟର 89 ପଇସା ଥିବାବେଳେ ବର୍ତ୍ତମାନ ଏହା 93 ପଇସାକୁ ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ାକୁ 8 ପଇସା ବୃଦ୍ଧି କରାଯାଇଛି ।

ସେହିଭଳି ଡିଲକ୍ସ ପ୍ରତି କିଲୋମିଟର 121 ପଇସା ଥିବା ବେଳେ 129 ପଇସା ହୋଇଛି । ଏସି ଡିଲକ୍ସ ବସ୍ ଭଡ଼ା 149 ଥିବା ବେଳେ ବର୍ତ୍ତମାନ 157 ପଇସା ହୋଇଛି । ସେହିପରି ସୁପର ପ୍ରିମିୟମ ବସ୍ କିଲୋମିଟର ପାଛି 12 ପଇସା ବୃଦ୍ଧି ହୋଇଛି । ପୂର୍ବରୁ ଏହା ପ୍ରତି କିଲୋମିଟର ପିଛା 2 ଟଙ୍କା 32 ପଇସା ଥିବାବେଳେ ବର୍ତ୍ତମାନ 2 ଟଙ୍କା 44 ପଇସା ହୋଇଛି । ଏହାକୁ ନେଇ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.