ଭୁବନେଶ୍ବର: ପୁରୀ ଦୁଷ୍କର୍ମରେ ବ୍ୟବହୃତ ବସ୍ର ପରମିଟ ରବ୍ଦ କରିବା ପରେ ଆନ୍ଦୋଳନରେ ବସିଥିଲେ ବସ ମାଲିକ ଆସୋସିଏସନ । ଏନେଇ ବସ ଆସୋସିଏସନ ସଚିବାଳୟରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଯେଉଁଥିରେ ଆନ୍ଦୋଳନ ନ କରିବା ପାଇଁ ସେମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏନେଇ ବିସ୍ତାର ଭାବେ ଆଲୋଚନା କରାଯାଇଛି । ଆଉ ଗୋଟିଏ ଆବେଦନ ପରେ ଏହାର ତଦନ୍ତ କରାଯାଇ ନିଷ୍କର୍ସ ବାହାର କରାଯିବ । ଏଥିସହ ଏସ୍ଡିଏମଙ୍କୁ ମଧ୍ୟ ଘଟଣାର ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ବସ୍ ବନ୍ଦ ହେଲେ ଲୋକେ ହଇରାଣ ହେବେ ।
ଅନ୍ୟପଟେ ବସ୍ ଆସୋସିଏସନର ସଭାପତିଙ୍କ କହିବା ଅନୁଯାୟୀ ଏନେଇ ବସ ମାଲିକମାନଙ୍କ ସହ ସାଧାରଣ ବୈଠକ ହେବା ପରେ ନିଷ୍ପତ୍ତି ନିଆଯିବ । ଶୁକ୍ରବାର ଏନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବସ୍ ଆସୋସିଏସନ ସଭାପତି ଦେବେନ୍ଦ୍ର ପୃଷ୍ଟି ।
ତେବେ ଆଲୋଚନା ସମୟରେ ଆସନ୍ତା 12 ତାରିଖରେ ବସ ସେବା ବନ୍ଦ କରିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ ବସ ଆସୋସିଏସନ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ