ETV Bharat / city

ଆସୁଛି 'ବୁଲ୍‌ବୁଲ୍': ଭୟଭୀତ ରାଜ୍ୟବାସୀ

9 ନଭେମ୍ବରରୁ ଧୀରେଧୀରେ ଉତ୍ତର ଉପକୂଳ, ଦକ୍ଷିଣ ଉପକୂଳ ଓଡିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡେ ମୁହାଁଇବ ସାମୁଦ୍ରିକ ବାତ୍ୟା 'ବୁଲ୍‌ବୁଲ୍'।

author img

By

Published : Nov 6, 2019, 6:32 PM IST

ଆସୁଛି 'ବୁଲ୍‌ବୁଲ୍' : ଭୟଭୀତ ରାଜ୍ୟବାସୀ

ଭୁବନେଶ୍ବର: ଆସୁଛି ବାତ୍ୟା 'ବୁଲବୁଲ'। ଯହାକୁ ନେଇ ଭୟଭୀତ ରାଜ୍ୟବାସୀ। ବାତ୍ୟା 'ବୁଲ୍ବୁ‌ଲ୍‌' ଓଡିଶା ମୁଁହା ହେବ ନା ଅନ୍ୟ ଦିଗକୁ ଗତି କରିବ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ବାତ୍ୟା ଯେତେ ନିକଟତର ହେବ ସ୍ଥଳଭାଗର ସ୍ଥିତି ସେତେ ସ୍ପଷ୍ଟ ହେବ। ଏଭଳି ସ୍ଥିତିରେ ବାତ୍ୟା ମୁକାବିଲା ପାଇଁ ସତର୍କ ହେଉଛନ୍ତି ସରକାର।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 24 ଘଣ୍ଟାରେ ବାତ୍ୟାର ରୂପ ନେବ। ଏହା ପୂର୍ବକେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଡକୁ ଗତି କରୁଛି । ବାତ୍ୟା 'ବୁଲବୁଲ' ଏବେ ପାରାଦ୍ବୀପ ଠାରୁ 810 କିମି ଏବଂ ଆଣ୍ଡାମାନରୁ 390 କିମି ଦୂରରେ ରହିଛି। ଘଣ୍ଟା ପ୍ରତି 4 କିମି ବେଗରେ ଗତି କରୁଛି 'ବୁଲ୍ବୁ‌ଲ୍‌'।

ଏହା 9 ନଭେମ୍ବରରୁ ଧୀରେଧୀରେ ଉତ୍ତର ଉପକୂଳ, ଦକ୍ଷିଣ ଉପକୂଳ ଓଡିଶା,ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡେ ମୁହାଁଇବ। ଏହାର ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ 8 ତାରିଖ ରାତିରୁ 40 ରୁ 50 କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଧୀରେ ଧୀରେ ପବନର ଗତି ବଢିପାରେ। ଯାହାକୁ ନେଇ ରାଜ୍ୟରେ ଥିବା ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରିି କରାଯାଇଛି। ଚାଷୀ ସତର୍କତାସ୍ବରୂପ ଆଗୁଆ ଧାନ ଅମଳ କରିବାର ଆବଶ୍ୟକତା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ଜଣାଇ ଦିଆଯାଇଛି।

ଆସୁଛି 'ବୁଲ୍‌ବୁଲ୍' : ଭୟଭୀତ ରାଜ୍ୟବାସୀ

ତେବେ 8 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଶୁଖିଲା ରହିବ। 9ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଜପତି ଏବଂ ରାୟଗଡାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଗଜପତି, ନୟାଗଡରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ ଜଣାଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଆସୁଛି ବୁଲବୁଲ,ରାଜ୍ୟରେ ପ୍ରବଳ ବର୍ଷା ହେବ।

Body:୮,୯ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।ଆସୁଛି ବାତ୍ୟା 'ବୁଲବୁଲ'।ଏବେବି ଡରାଉଛି ଓଡିଶାକୁ ବୁଲବୁଲ।ବାତ୍ୟା ବୁଲବୁଲ ଓଡିଶା ମୁଁହା ହେବ ନା ଅନ୍ୟ କୋଉ ଦିଗକୁ ଗତି କରିବ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ବାତ୍ୟା ଯେତେ ନିକଟତର ହେବ ସ୍ଥଳ ଭାଗର ସ୍ଥିତି ସେତେ ସ୍ପଷ୍ଟ ହେବ।ଏଭଳି ସ୍ଥିତିରେ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଜୋରଦାର ହେଉଛି।

ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ।ଏହା ପୂର୍ବ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଡକୁ ଗତି କରୁଛି।ବାତ୍ୟା ବୁଲବୁଲ ଏବେ ପାରାଦ୍ୱୀପ ଠାରୁ ୮୧୦ କିମି ,ସାଗର ଆଇଲ୍ୟାଣ୍ଡରୁ ୯୨୦ କିମି ଏବଂ ଆଣ୍ଡାମାନ ରୁ ୩୯୦ କିମି ଦୂରରେ ରହିଛି।ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ବୁଲବୁଲ।୯ ନଭେମ୍ବର ଠାରୁ ଧୀରେ ଧୀରେ ଉତ୍ତର ଉପକୂଳ,ଦକ୍ଷିଣ ଉପକୂଳ ଓଡିଶା ,ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଆଡେ ମୁଂହାଉଛି ବାତ୍ୟା।ଏହାର ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ହେବ।୮ ତାରିଖ ରାତିରୁ ୪୦ ରୁ ୫୦ କିମି ବେଗରେ ପବନ ବହିବ।ଧୀରେ ଧୀରେ ପବନର ଗତି ବଢିବ।ଏନେଇ ପୋର୍ଟ ଗୁଡିକରେ ୧ନଂ ବିପଦ ସଂଚାଷୀମାନେ ସତର୍କତା ମୂଳକ ଆଗୁଆ ଧାନ ଅମଳ କରିବାର ଆବଶ୍ୟକତା ରହିଛି।କେତ ଦିଆଯାଇଛି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଆଲର୍ଟ ଜାରି କରାଯାଇଛି।୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଶୁଖିଲା ରହିବ।୯ ତାରିଖରେ ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ,କନ୍ଧମାଳ ,ଗଜପତି ଏବଂ ରାୟଗଡା ରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ବାଲେଶ୍ୱର, ଭଦ୍ରକ,ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଗଂଜାମ, ଖୋର୍ଦ୍ଧା, କଟକ,ପୁରୀ,ଗଜପତି ,ନୟାଗଡ଼ ରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

ବାତ୍ୟାର ପ୍ରଭାବ ରହୁ ନରହୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବ।୯ ତାରିଖରୁ ବର୍ଷା ଲାଗିରହିବ।ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.