ETV Bharat / city

ଆସନ୍ତାକାଲି ହେବ ମାଟ୍ରିକ ଖାତା ଦେଖା ନିଷ୍ପତ୍ତି - ମନ୍ତ୍ରୀ ସମୀର ଦାସ

ଆସନ୍ତାକାଲି ମାଟ୍ରିକ ମୂଲ୍ୟାୟନ ନେଇ ବସିବ ବୈଠକ। ବୈଠକରେ ମୂଲ୍ୟାୟନ କେବେ ଠାରୁ ଆରମ୍ଭ ହେବ ସେନେଇ ଆଲୋଚନା କରାଯିବ। ଅଧିକ ପଢନ୍ତୁ...

Minister Samir Das
ଆସନ୍ତାକାଲି ହେବ ମାଟ୍ରିକ ଖାତା ଦେଖା ନିଷ୍ପତ୍ତି
author img

By

Published : May 8, 2020, 3:40 PM IST

ଭୁବନେଶ୍ବର: ଆସନ୍ତାକାଲି ମାଟ୍ରିକ ମୂଲ୍ୟାୟନ ନେଇ ବସିବ ବୈଠକ। ବୈଠକରେ ମୂଲ୍ୟାୟନ କେବେ ଠାରୁ ଆରମ୍ଭ ହେବ ସେନେଇ ଆଲୋଚନା କରାଯିବ। କାଲି ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

‘ବିଲ୍ଡିଂ ବନ୍ଦ ରହିଛି, କିନ୍ତୁ ସ୍କୁଲ ନୁହେଁ’

ସେହିପରି ଲକ୍‌ଡାଉନ୍‌ ସମୟରେ ଯେପରି ପାଠପଢା ବନ୍ଦ ନହୁଏ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ଲୋଗାନ, ‘ବିଲ୍ଡିଂ ବନ୍ଦ ରହିଛି, କିନ୍ତୁ ସ୍କୁଲ ନୁହେଁ’ ବୋଲି ସେ କହିଛନ୍ତି। ଆଜି ଲୋକସେବା ଭବନରେ ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ କିପରି ଚାଲିଛି ସେନେଇ ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ସମୀର ଦାସ ଏହା କହିଛନ୍ତି।

ରାଜ୍ୟର ସମସ୍ତ 214 ସ୍କୁଲରେ 59 ହଜାର ଛାତ୍ରଛାତ୍ରୀ ପଢୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ 70% ପିଲାଙ୍କୁ ଅନଲାଇନ୍ ଜରିଆରେ ଶିକ୍ଷାଦାନ କରାଯାଉଛି। ଦିନକୁ 3ଟି ଲେଖାଏଁ କ୍ଲାସ କରାଯାଉଛି। ଭିଡିଓ କନଫରେନସ ଜରିଆରେ ନୟାଗଡର ଏକ ସ୍କୁଲରେ କିପରି ଅନଲାଇନ୍ ପଢା ଯାଉଛି ତାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.