ଭୁବନେଶ୍ବର: ଶୁକ୍ରବାର 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ଏନେଇ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ବଜେଟ୍ ଉପସ୍ଥାପନାରେ ଓଡିଶାକୁ ଅଣଦେଖା କରାଯାଇନଥିବା ପ୍ରଫୁଲ୍ଲ ଘଡେଇ କହିଛନ୍ତି । ଓଡିଶା ଯେଉଁ ସବୁ ଦାବି କରିଥିଲା ତାହା ବଜେଟରେ ଉପସ୍ଥାପନା ହୋଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟନର ପ୍ରଧାନମନ୍ତ୍ରୀଙ୍କ ସହ ନୀତି ଆୟୋଗରେ ଯେଉଁସବୁ ଆଲେଚନା କରିଥିଲେ ସେ ସମ୍ପର୍କରେ ମଧ୍ୟ ବଜେଟରେ ଆଗତ ହୋଇନାହିଁ ।
ସେହିପରି ଫନି କ୍ଷୟକ୍ଷତି ଜନିତ ଭରଣା ପାଇଁ କେନ୍ଦ୍ରକୁ ଯେଉଁ 90.10 ଅନୁପାତରେ ମୁଖ୍ୟମନ୍ତ୍ରୀ ଅନୁଦାନ ମାଗିଥିଲେ ସେ ସମ୍ପର୍କରେ ମଧ୍ୟ କିଛି ଉଲ୍ଲେଖ ହୋଇନାହିଁ । ଅପରପକ୍ଷେ ଚଳିତ ବର୍ଷର ବଜେଟ୍ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି । କାରଣ ବଜେଟ୍ ଆଗତ ହେବା ପରେ ସେନସେକ୍ସ କମିବା ସହ ସେୟାର ମାର୍କେଟରେ ମଧ୍ୟ ଅବନତି ଦେଖାଦେଇଛି । ତେବେ ଚଳିତ ବର୍ଷର ବଜେଟ କୃଷି, ବେକାରୀ ଭଳି ସମସ୍ୟାକୁ ଦୂର କରିବାରେ ସଫଳ ହୋଇପାରିବନାହିଁ ବୋଲି ସେ ଆଶାପୋଷଣ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ