ETV Bharat / city

Budget Session: ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ, ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ - ବିଧାନସଭା ବଜେଟ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ଓଡିଶା ବିଧାନସଭା ବଜେଟ ଅଧିବେଶନ । ଗୃହରେ ଅଭିଭାଷଣ ରଖୁଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ଅଧିକ ପଢନ୍ତୁ

Budget Session: ଆଜିଠୁ ବିଧାନସଭା ବଜେଟ ଅଧିବେଶନ

author img

By

Published : Mar 25, 2022, 10:26 AM IST

Updated : Mar 25, 2022, 11:17 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ(assembly budget session) । ଏହି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ । ଏହି ୭ ଦିନ ମଧ୍ୟରେ ରବିବାର ଛୁଟି ଦିନ ପଡୁଥିବାର ଅନ୍ୟ ୬ ଦିନ ଗୃହକାର୍ଯ୍ୟ ଚାଲିବ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ । ବଜେଟ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ ସ୍ଥିତି ସ୍ୱାଭାବିକ ହେବା ପରେ ଅଧିବେଶନର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ବିଧାନସଭା ଆସିଛନ୍ତି ।

କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନରେ ଗୃହ କାର୍ଯ୍ୟ ଦିନ 11 ଟାରେ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖୁଛନ୍ତି । ଗୃହର ଦିବଙ୍ଗତ ନେତା ଓ କୋଭିଡ଼ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯିବ ।

ଏହାପରେ ଅପରାହ୍ନ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ । ୨୮ ତାରିଖ ଯାଏଁ ମୋଟ ୩ ଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ । ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ । ତେବେ ଚଳିତ ଥର ବି କୋଭିଡ କଟକଣାରେ ବିଧାନସଭା ବସିବାକୁ ଯାଉଥିବାରୁ ପୂର୍ବ ବ୍ୟବସ୍ଥା ଅନୁସାରେ ବିଧାୟକମାନେ ସାମାଜିକ ଦୂରତା ରଖି ବସିବେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 25, 2022, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.