ETV Bharat / city

‘ବଜେଟରେ ରହିଛି ଭଲ ଯୋଜନା, ହେଲେ ଓଡିଶାକୁ ମିଳିନାହିଁ ଆଶାତୀତ ଅର୍ଥ’

author img

By

Published : Feb 1, 2020, 7:33 PM IST

Updated : Feb 1, 2020, 7:57 PM IST

ଚଳିତ ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟରେ ସ୍ଥାନ ପାଇଥିବା ଅନେକ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିବାବେଳେ ଓଡ଼ିଶା ଆଶା ରଖିଥିବା ଅର୍ଥ ମିଳିନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

budget-reaction-cm-naveen-patanaik
budget-reaction-cm-naveen-patanaik

ଭୁବନେଶ୍ବର: ଚଳିତ କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟର ଅନେକ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

‘ବଜେଟରେ ରହିଛି ଭଲ ଯୋଜନା, ହେଲେ ଓଡ଼ିଶାକୁ ମିଳିନାହିଁ ଆଶାତୀତ ଅର୍ଥ’

ବଜେଟରେ ସାମିଲ ପାଇଥିବା କୃଷି ଋଣ ଓ କୃଷି ଉଡାନ ଯୋଜନାକୁ ସ୍ବାଗତ କରିଛନ୍ତି । ବ୍ୟାଙ୍କ ଜମା ଉପରେ ବୃଦ୍ଧି ହୋଇଥିବା ବୀମା ରାଶିକୁ ମଧ୍ୟ ସ୍ବାଗତ କରିଛନ୍ତି । ଟିକସ କ୍ଷେତ୍ରରେ ହୋଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସହ କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତିକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାର।

ହେଲେ ଓଡ଼ିଶା ଯେତିକି ପରିମାଣର ଅର୍ଥ ଆଶା କରୁଥିଲା ତାହା ମିଳିପାରି ନାହିଁ । ଯାହା ନଗଣ୍ୟ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ପାନୀୟ ଜଳ ଯୋଗାଣ ପାଇଁ ଓଡ଼ିଶା 36,000 କୋଟି ଖର୍ଚ୍ଚ କରୁଥିବାବେଳେ ସେତିକି ପରିମାଣର ଅନୁଦାନ ରାଜ୍ୟ ପାଇପାରି ନଥିବା କହିଛନ୍ତି ସେ।

ସେହିପରି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ବଜେଟରେ ସ୍ଥାନ ଦିଆଯାଇନାହିଁ । ଓଡ଼ିଶାରେ ଟ୍ରାଇବାଲ ମ୍ୟୁଜିୟମ ହେବା ନେଇ ଆଶା କରାଯାଉଥିଲା କିନ୍ତୁ ତାହା ସ୍ଥାନ ପାଇନଥିବାରୁ ଏହା ନିରାଶ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବଜେଟରେ ବିଶେଷ କରି କୌଣସି ଯୋଜନାରେ ଅନୁଦାନ ବଢି ନଥିବା କହି ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 1, 2020, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.