ETV Bharat / city

ବଜେଟ ନୈରାଶ୍ୟଜନକ, ପିଏମ ଓ ରେଳମନ୍ତ୍ରୀଙ୍କୁ ଲେଖିବୁ ଚିଠି: ପଦ୍ମନାଭ ବେହେରା

author img

By

Published : Feb 6, 2020, 1:01 PM IST

କେନ୍ଦ୍ର ବଜେଟକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ଓଡିଶାକୁ ଅଣଦେଖା କରାଯାଇଛି ଓ ବଜେଟ ଅନୁଦାନ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...

ପଦ୍ମନାଭ ବେହେରା
ପଦ୍ମନାଭ ବେହେରା

ଭୁବନେଶ୍ବର: କେନ୍ଦ୍ର ବଜେଟକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା । ଓଡିଶାକୁ ଅଣଦେଖା କରାଯାଇଛି ଓ ବଜେଟ ଅନୁଦାନ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ମନ୍ତ୍ରୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଆବଶ୍ୟକ ଅନୁଦାନ ଦାବି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବଜେଟ ନୈରାଶ୍ୟଜନକ, ପିଏମ ଓ ରେଳମନ୍ତ୍ରୀ ଲେଖିବୁ ଚିଠି :ପଦ୍ମନାଭ ବେହେରା

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଗତ ବଜେଟରେ ଓଡିଶା ପାଇଁ ପ୍ରଦାନ କରାଯାଇଥିବା ଅନୁଦାନ ରାଶି ଠାରୁ ଚଳିତ ବଜେଟରେ ଓଡିଶାକୁ ଅଧିକ ବଜେଟରେ ଆଶା କରାଯାଉଥିଲା । ମାତ୍ର ଆଶାନୁରୂପକ ଭାବେ ଓଡିଶାକୁ ବଜେଟରୁ ଅନୁଦାନ ମିଳିନାହିଁ । ଏହା ଓଡିଶା ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ମନ୍ତ୍ରୀ ।

ରେଳ ପାଇଁ ଓଡିଶାକୁ ଯେତିକି ମିଳିଛି ତା’ ଠାରୁ ରାଜ୍ୟ ସରକାର ଅଧିକ ଅନୁଦାନ ମାଗିଥିଲେ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟକେ ଅନେକ ନୂଆ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ସେଥି ମଧ୍ୟରୁ ଗୋଟିଏକୁ କେନ୍ଦ୍ର ବଜେଟରେ ସ୍ଥାନ ଦିଆଯାଇଛି । ଏହାସହ ଅନ୍ୟ ଯାହା ଅନୁଦାନ ଦିଆଯାଇଛି ସେଥିରେ ରାଜ୍ୟର ଅଂଶ ରହିଛି । ଏନେଇ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଦାବି କରିବୁ ଏନେଇ ପୁନର୍ବାର ବିଚାର କରିବା ପାଇଁ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ସହ ଅନ୍ୟାନ୍ୟ ସେକ୍ଟର ପାଇଁ ଅଧିକ ଅନୁଦାନ ଦାବି କରିବ ରାଜ୍ୟ ସରକାର ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୪,୩୭୩ କୋଟି ଟଙ୍କା ମିଳିଛି । ଏହାକୁ ନେଇ ଶାସକ ଦଳ ବିଜେଡି ଅସନ୍ତୁଷ୍ଟ ରହିଛି । ପୂର୍ବରୁ ରେଳ ବଜେଟ ଅଲଗା ହେଉଥିଲା । ଓଡିଶାକୁ ରେଳ ବଜେଟରେ ଅଣଦେଖା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:କେନ୍ଦ୍ର ବଜେଟ କୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ।ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଆଶା ରଖିଥିଲୁ ଗତ ତୁଳନାରେ ଅଧିକ ପାଇବା ପାଇଁ ବଜେଟରେ ଆଶା ଥିଲା ।ଏହା ଆମ ପାଇଁ ନ୍ୟରାସ୍ୟ ଜନକ ।Body:ନୂଆ ଲାଇନ୍ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ତାହାର ଗୋଟିଏ କୁ ସ୍ତାନ ଦେଇଛନ୍ତି ।ଏହାସହ ଅନ୍ୟ ଯାହା ଦେଇଛନ୍ତି ସେଥିରେ ରାଜ୍ୟର ଅଂଶ ରହିଛି ।ଏନେଇ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଙ୍କୁ ଦାବି କରିବୁ ଆଉଥରେ ବିଚାର କରିବା ପାଇଁ ।ଏହା ସହ ବିଭିନ୍ନ ସେକ୍ଟର ଅଧିକ ଅନୁଦାନ ପାଇଁ ଦାବି କରିବୁ ।Conclusion:ପୂର୍ବରୁ ଅଲଗା ବଜେଟ ହେଉଥିଲା ।ଆମ ରାଜ୍ୟ କୁ ରେଳ ବଜେଟ ରେ ଅଣଦେଖା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁସାରେ ଚଳିତ ରେଳବଜେଟ୍ ରେ ଓଡିଶା କୁ ୪୩୭୩ କୋଟି ଟଙ୍କା ଦିଆଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.