ETV Bharat / city

ଔଷଧ ବାହାନାରେ ବ୍ରାଉନସୁଗାର ବିକ୍ରି, ବ୍ଲଡବ୍ୟାଙ୍କ କଡରୁ ବିଏମସି କର୍ମଚାରୀ ଗିରଫ - ଔଷଧ ବାହାନାରେ ବ୍ରାଉନସୁଗାର ବିକ୍ରି ଖବର

ଔଷଧ ବାହାନାରେ ପୁଡିଆ କରି ବିକ୍ରି କରିବା ବେଳେ କମିସନରେଟ ପୋଲିସ ପଞ୍ଛାରେ ପଡିଲା ବିଏମସିର ଠିକା କର୍ମଚାରୀ । ୭ଟି ବ୍ୟାଙ୍କ ଆକାଉଣ୍ଟ ସହ 2 ଲକ୍ଷ ଟଙ୍କା ଓ 7 ଗ୍ରାମ ବ୍ରଉନସୁଗାର ଜବତ କଲା ପୋଲିସ । ଅଧିକ ପଢନ୍ତୁ...

Brownsuger seized from bmc Employee possession
ଔଷଧ ବାହାନାରେ ବ୍ରାଉନସୁଗାର ବିକ୍ରି, ବିଏମସି ବ୍ଲଡବ୍ୟାଙ୍କ କଡରୁ ବିଏମସି କର୍ମଚାରୀ ଗିରଫ
author img

By

Published : Nov 18, 2020, 5:55 PM IST

ଭୁବନେଶ୍ବର: ବ୍ରାଉନସୁଗାର ବେପାରୀ ସାଜିଲେ ବିଏମସିର ଠିକା କର୍ମଚାରୀ । ଛଦ୍ମବେଶରେ କମିସନରେଟ ପୋଲିସ ପହଞ୍ଚି ବ୍ରାଉନସୁଗାର ବେପାରୀ ବିଏମସି କର୍ମଚାରୀକୁ କାବୁ କରିଛି ।

ଔଷଧ ବାହାନାରେ ବ୍ରାଉନସୁଗାର ବିକ୍ରି, ବିଏମସି ବ୍ଲଡବ୍ୟାଙ୍କ କଡରୁ ବିଏମସି କର୍ମଚାରୀ ଗିରଫ

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ହେଲେ ବିଏମସି ଅଫିସରେ ଠିକାରେ କାମ କରୁଥିବା ଚତୁର୍ଥଶ୍ରେଣୀ କର୍ମଚାରୀ ଦୀଲିପ କୁମାର ବେହେରା । ସେ ବିଏମସି ବ୍ଲଡବ୍ୟାଙ୍କ ନିକଟରେ ବ୍ରାଉନସୁଗାର ବେପାର ଚଳାଇଥିଲେ । ସୂଚନା ପାଇଁ ଗ୍ରାହକ ବେଶରେ ପହଞ୍ଚିଲା କମିସନରେଟ ପୋଲିସ । ବ୍ରାଉନସୁଗାର ଡିଲ ବେଳେ ସାଢେ ୭ ଗ୍ରାମର ବ୍ରାଉନସୁଗାର ସହ ହଣ୍ଡା ଆକ୍ଟିଭା ବାଇକ ଜବତ କରିଛି ପୋଲିସ । ତେବେ ସବୁଠୁ ବଡ କଥା ହେଉଛି ତାଙ୍କ ଗାଡିର ଡିକିରୁ ୭ଟି ବ୍ୟାଙ୍କ ଆକାଉଣ୍ଟ ପାସବୁକ ଜବତ କରାଯାଇଛି । ତା ସହିତ ୪୦ ଗ୍ରାମ ସୁନା ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ସହ ନଗଦ ୪୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।

Brownsuger seized from bmc Employee possession
ଔଷଧ ବାହାନାରେ ବ୍ରାଉନସୁଗାର ବିକ୍ରି, ବିଏମସି ବ୍ଲଡବ୍ୟାଙ୍କ କଡରୁ ବିଏମସି କର୍ମଚାରୀ ଗିରଫ

ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ବିଭିନ୍ନ ପୁଡିଆ କରି ଔଷଧ ବାହାନାରେ ବ୍ରାଉନସୁଗାର ବିକୁଥିଲେ ଏହି କର୍ମଚାରୀ । ବିଭିନ୍ନ ପୁଡିଆ କରି ଏଭଳି ବେପାର କରୁଥିବାର ନେଇ ପୋଲିସ ସୂଚନା ପାଇ ଠିକଣା ସମୟରେ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.