ଭୁବନେଶ୍ବର: ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳରେ ଏସଟିଏଫର ଚଢାଉ । ସୋମବାର ରାତି ପ୍ରାୟ ୯ଟା ବେଳେ ଏଟିଏଫ୍ ସହଯୋଗରେ ଜଙ୍କିଆ ଥାନା ପୋଲିସ ସ୍ଥାନୀୟ ଓରବରସିଂହ ଗ୍ରାମରୁ ଜଣେ ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରିବା ସହ ତାଙ୍କଠାରୁ ୩୨୦ ଗ୍ରାମ ବ୍ରାଉନ୍ସୁଗାର ଓ ୮୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ଅକ୍ଷୟ ବଳିଆର ସିଂ ବୋଲି ଜଣାପଡିଛି ।
ଜଙ୍କିଆ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଓରବରସିଂହ ଗ୍ରାମର ଅଶୋକ ବଳିଆରସିଂହଙ୍କ ପୁଅ ଅକ୍ଷୟ ବଳିଆରସିଂହ ଜିଲ୍ଲା ବାହାରୁ ବ୍ରାଉନ୍ସୁଗାର ଆଣି ପଞ୍ଚାୟତ ସମେତ ନିକଟସ୍ଥ ଅଞ୍ଚଳର ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏଥିରେ ଅକ୍ଷୟକୁ ତା’ର ମା’ ମଧ୍ୟ ସହଯୋଗ କରୁଥିଲେ।
ଏଣୁ ପୋଲିସ୍ ଅକ୍ଷୟ ଉପରେ ନଜର ରଖିଥିଲା। ମଙ୍ଗଳବାର ଏଟିଏଫ ଠୋସ୍ ସୂଚନା ମିଳିଥିଲା ଯେ ଅକ୍ଷୟ ବେପାର ପାଇଁ ଜିଲ୍ଲା ବାହାରୁ ବ୍ରାଉନ୍ସୁଗାର ନେଇ ଗାଁକୁ ଆସୁଛି। ଏହି ସୂଚନା ଆଧାରରେ ଏଟିଏଫ୍ ଟିମ୍ ଓ ଜଙ୍କିଆ ପୋଲିସ ଗାଁ ମୁଣ୍ଡରୁ ଅକ୍ଷୟକୁ ଗିରଫ କରିବା ସହ ବ୍ରାଉନ୍ସୁଗାର ଜବତ କରିଥିଲେ। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ