ETV Bharat / city

STF ଜାଲରେ ମୁର୍ଶିଦାବାଦ ବ୍ରାଉନସୁଗାର ବେପାରୀ, କୋଟିଏ ଟଙ୍କାର ଧଳାଜହର ଜବତ - ଏସଟିଏଫ

ଓଡିଶା ଟ୍ରାପରେ ମୁର୍ଶିଦାବାଦର ବ୍ରାଉନସୁଗାର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗାର ସହିତ ବେପାରୀକୁ କାବୁ କରିଛି STF । ବ୍ରାଉନସୁଗାର ଡିଲ ଉପରେ ଅଚାନକ ଚଢାଉ କରିଥିଲା ଏସଟିଏଫ । ଅଧିକ ପଢନ୍ତୁ...

brown sugar
ମୁର୍ଶିଦାବାଦ ବ୍ରାଉନସୁଗାର ବେପାରୀ
author img

By

Published : Oct 21, 2021, 11:09 AM IST

Updated : Oct 21, 2021, 1:07 PM IST

ଭୁବନେଶ୍ବର: ମାତିଛନ୍ତି ବ୍ରାଉନସୁଗାର ମାଫିଆ । ଓଡିଶା ଟ୍ରାପରେ ମୁର୍ଶିଦାବାଦର ବ୍ରାଉନସୁଗାର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗାର ସହିତ ବେପାରୀକୁ କାବୁ କରିଛି ଏସଟିଏଫ । ବ୍ରାଉନସୁଗାର ଡିଲ ଉପରେ ଅଚାନକ ଚଢାଉ କରିଥିଲା ଏସଟିଏଫ ।

STF ଜାଲରେ ମୁର୍ଶିଦାବାଦ ବ୍ରାଉନସୁଗାର ବେପାରୀ

ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ରେଡ ମାରିଥିଲା ଟିମ । ରାଜ୍ୟ ବାହାରେ ବ୍ରାଉନସୁଗାର ଡେଲିଭେରି‌ ବେଳେ ମାଫିଆକୁ ଧରିଲା ଏସଟିଏଫ। ଟାଙ୍ଗି ନିକଟରୁ ମୁର୍ଶିଦାବାଦର ବ୍ୟବସାୟୀ ଏସ.କେ ସାଇଫୁଲ ଓରଫ ଖୋକନକୁ ଗିରଫ କରିଛି ଟିମ । ତା‌ପାଖରୁ ୧କିଲୋ ୪୩ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କହିଛି ଏସଟିଏଫ ।

ମୁର୍ଶିଦାବାଦର ଲାଲଗୋଲାରୁ ଆସୁଛି ସମସ୍ତ ବ୍ରାଉନସୁଗର । ଗିରଫ ଅଭିଯୁକ୍ତ ବ୍ରାଉନସୁଗର ବିକ୍ରି କରିବା ପାଇଁ ଓଡିଶା ଆସିଥିଲା । ଘଟଣାରେ ଅଧିକ ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଏସଟିଏଫ । ବେପାରରେ ବାଲେଶ୍ଵର ଜିଲ୍ଲାର ଲିଙ୍କ ଥିବା ନେଇ ମଧ୍ୟ ତଦନ୍ତ ହେବ । ଅଭିଯୁକ୍ତ ଠାରୁ ଜବତ ହୋଇଥିବା ମୋବାଇଲରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି କହିଛନ୍ତି ଏସଟିଏଫ ଏସପି ତେଜରାଜ ପଟେଲ । ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୨ କେଜି ବ୍ରାଉନସୁଗର ଜବତ ହେବା ସହିତ ୮୧ କେଜି ଗଞ୍ଜେଇ ଜବତ ହୋଇଛି । ତଥାପି ସୁଧୁରୁ ନାହାନ୍ତି ମାଫିଆ ।

ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : Oct 21, 2021, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.