ETV Bharat / city

ହେଡଲାଇଟ ଭିତରେ ବ୍ରାଉନସୁଗାର ଚାଲାଣ, ଧଉଳି ଛକରୁ ୨ ଗିରଫ

author img

By

Published : Feb 12, 2021, 2:03 PM IST

Updated : Feb 12, 2021, 4:25 PM IST

ଗାଡି ହେଡଲାଇଟ ଭିତରେ ବ୍ରାଉନସୁଗାର ଚାଲାଣ ବେଳେ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ 155 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଅଧିକ ପଢନ୍ତୁ...

ବ୍ରାଉନସୁଗାର ଚାଲାଣର ନୂଆ ଫଣ୍ଡା
ବ୍ରାଉନସୁଗାର ଚାଲାଣର ନୂଆ ଫଣ୍ଡା

ଭୁବନେଶ୍ବର: ଧଳାଜହର ଚୋରା ଚାଲାଣର ନୂଆ ଫଣ୍ଡା । ଗାଡି ହେଡଲାଇଟ ଭିତରେ ବ୍ରାଉନସୁଗାର ଚାଲାଣ ବେଳେ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ 155 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ।

ବ୍ରାଉନସୁଗାର ଚାଲାଣର ନୂଆ ଫଣ୍ଡା

ଏକ ୟାମାହା ଫ୍ୟାସିନୋ ଗାଡିର ହେଡଲାଇଟ ଭିତରେ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ବର ଧଉଳି ଛକ ନିକଟରେ ପୋଲିସ ଆଖିରେ ଧୂଳି ଦେଇ ଏଭଳି ନିଆରା ଢଙ୍ଗରେ ଗାଡି ହେଡଲାଇଟ ଭିତରେ ଗ୍ରାଉନସୁଗାର ଲୁଚାଇ ଡେଲିଭେରି ପାଇଁ ଯୋଜନା କରୁଥିବାବେଳେ ରେଡ କରିଛି ଭୁବନେଶ୍ବର ଅବକାରୀ ଟିମ।

ଗିରଫ ପରେ ଗାଡିଲାଇଟ ଖୋଲିବା ପରେ ସେଥିମଧ୍ୟରୁ ୧୫୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ଟିମ। ଗିରଫ ଦୁଇଜଣ ହେଲେ ଜଗବନ୍ଧୁ ବୈଖାଡି ଓ ସଜୟ ସାହୁ । ତେବେ ଜବତ ବ୍ରାଉନସୁଗାର ପରିମାଣ ୧୫ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Feb 12, 2021, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.