ETV Bharat / city

ଧିରିକୁଟ ବସ୍ତି ଭିଣୋଇ ହତ୍ୟାକାଣ୍ଡର ଖୁଲାସା: ଶାଳକ ସମେତ 3 ଗିରଫ, ଅପମାନ ଥିଲା ମୁଖ୍ୟ କାରଣ

author img

By

Published : Jan 2, 2022, 5:31 PM IST

ମଞ୍ଚେଶ୍ବର ଧିରିକୁଟ ବସ୍ତୀ ଭିଣୋଇ ହତ୍ୟାକାଣ୍ଡର ଖୁଲାସା । ଗିରଫ ହେଲେ ହତ୍ୟାକାରୀ ଶାଳକ ସହ‌ ୨ ସହଯୋଗୀ । ପାରିବାରିକ କଳହ ପାଇଁ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଦୀପାବଳିରେ ଭିଣୋଇର ଅପମାନ: ସହିନପାରି ନୂଆବର୍ଷ ପୁର୍ବରୁ ପୋଛିଥିଲା ଭଉଣୀ ସିନ୍ଦୁର

ଭୁବନେଶ୍ବର: ମଞ୍ଚେଶ୍ବର ଧିରିକୁଟ ବସ୍ତୀ ଭିଣୋଇ ହତ୍ୟାକାଣ୍ଡର ଖୁଲାସା । ଗିରଫ ହେଲେ ହତ୍ୟାକାରୀ ଶାଳକ ସହ‌ ୨ ସହଯୋଗୀ ।
ପାରିବାରିକ କଳହ ପାଇଁ ଘଟିଥିଲା ହତ୍ୟାକାଣ୍ଡ । ଭିଣୋଇର ଅପମାନ ସହିନପାରି ହତ୍ୟାକାରୀ ରଚିଥିଲା ହତ୍ୟାର ଷଡଯନ୍ତ୍ର । ଶେଷରେ ଗତ ଦୀପାବଳିର ରାଗକୁ ଗତବର୍ଷ ଡିସେମ୍ବର ୩୦ ତାରିଖରେ ସୁଝାଇଥିଲା ଅଭିଯୁକ୍ତ । ନିଶାରେ ମାତାଲ ହୋଇ ୨ ସହଯୋଗୀଙ୍କ ଜରିଆରେ ଧାରୁଆ ଖଣ୍ଡାରେ କରିଥିଲା ଆକ୍ରମଣ । ଖଣ୍ଡା ଚୋଟରେ ଭଉଣୀ ଆଗରେ ଭିଣୋଇର ନେଇଥିଲା ଜୀବନ । ତେବେ ଭିଣୋଇ ସୁଶାନ୍ତ ଘଡେଇ ହତ୍ୟାକାଣ୍ଡରେ ଶାଳକ ବାପୁନି‌ ନାୟକ ଓରଫ ଲଣ୍ଡା ସହ ସହଯୋଗୀ ଦୀପକ ସେଠୀ ଓ ରମେଶ ମହାନ୍ତିକୁ ଗିରଫ କରିଛି କମିଶନରେଟ ପୋଲିସ ।

ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ସହ ବାଇକ ମଧ୍ୟ ଜବତ କରିଛି ପୋଲିସ । ତେବେ ଗତ ବର୍ଷ ୨୦୨୧ ଦୀପାବଳିରେ ଭିଣୋଇ ଘରେ ଶାଳକକୁ ଅପମାନ କରିଥିଲା ଭିଣୋଇ । ଯାହାର ରାଗ ସୁଝିନଥିଲା ମାସମାସ ଧରି‌ । ଏହି ସମୟରେ ଭିଣୋଇ ସହ ଭଉଣୀ ଆସିଥିଲେ ଭୁବନେଶ୍ୱର । ୧୫ ଦିନ‌ଧରି ଶାଳକର ଘରେ‌ ରହୁଥିଲେ ଦୁଇଜଣ । ଏହାର ଭିତରେ ନିଶାରେ ମାତାଲ ଥିବା ଶାଳକ ମୁଣ୍ଡକୁ ଚଢିଥିଲା ପୀତ ଏବଂ ସହଯୋଗୀଙ୍କ ସହ ଆସି ନେଇଥିଲେ ଶାଳକର ଜୀବନ । ଭିଣୋଇ ମୁଣ୍ଡକୁ ଖଣ୍ଡାରେ ଚୋଟ ମାରିଥିଲେ । ପରେ ଖଣ୍ଡାକୁ ବାହାର କରି ଏକ ସ୍ଥାନରେ ଖଣ୍ଡାକୁ ନଡିଆ କତାରେ ମାଜି ଧୋଇବା ସହ ଭୁବନେଶ୍ୱରରୁ ଫେରାର‌ ହୋଇଯାଇଥିଲେ । ନୟାଗଡରେ ଲୁଚିଥିବାବେଳେ ତିନିଜଣଙ୍କୁ ପୋଲିସ ଧରିଥିଲା । ସେପଟେ ଦୁଇ ସହଯୋଗୀଙ୍କୁ ଭିଣୋଇକୁ ଡରାଇବା ପାଇଁ ଡାକିଥିଲା ବୋଲି କହିଥିଲା, ହେଲେ ହତ୍ୟା କରି ଚମ୍ପଟ ମାରିଥିଲେ ତିନିଜଣ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.