ETV Bharat / city

ନବୀନ ନିବାସରେ ବ୍ରିଟିଶ ଡେପୁଟି ହାଇ କମିଶନର

ନବୀନ ନିବାସରେ ବ୍ରିଟିଶ ଡେପୁଟି ହାଇ କମିଶନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ରିଟିଶ ଡେପୁଟି ହାଇ କମିଶନର ନିକ ଡି ଲୋ । ଅଧିକ ପଢନ୍ତୁ

author img

By

Published : Mar 12, 2022, 10:27 PM IST

British Deputy High Commissioner meet CM Naveen Patnaik
ନବୀନ ନିବାସରେ ବ୍ରିଟିଶ ଡେପୁଟି ହାଇ କମିଶନର

ଭୁବନେଶ୍ବର: ନବୀନ ନିବାସରେ ବ୍ରିଟିଶ ଡେପୁଟି ହାଇ କମିଶନର । ଶନିବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ରିଟିଶ ଡେପୁଟି ହାଇ କମିଶନର ନିକ ଡି ଲୋ। ନବୀନ ନିବାସରେ ଏକାଧିକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଏନେଇ ଟ୍ବିଟ୍‌ କରି ନିଜେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରିଟିଶ ଡେପୁଟି ହାଇ କମିଶନର ନିକ ଡି ଲୋଙ୍କୁ ଭେଟି ଆନନ୍ଦିତ ବୋଲି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • Pleasure meeting with British Deputy High Commissioner, Kolkata, Mr. Nicholas Low @NickDLow. Had a very cordial and fruitful discussion on number of issues of mutual interest. pic.twitter.com/x2TAXzmuDF

    — Naveen Patnaik (@Naveen_Odisha) March 12, 2022 " class="align-text-top noRightClick twitterSection" data=" ">

ଆଲୋଚନା ସମୟର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ, ଯେଉଁଥିରେ ବ୍ରିଟିଶ ଡେପୁଟି ହାଇ କମିଶନରଙ୍କୁ ନବୀନ ଭାରତୀୟ ହକି ଟିମର ଜର୍ସି ଉପହାର ଭାବେ ଦେଉଛନ୍ତି । କମନୱେଲଥ ଦିବସକୁ ସ୍ମରଣୀୟ କରିବା ପାଇଁ ଭ୍ରମଣକାରୀ ଡେପୁଟି କମିଶନର ଆସନ୍ତାକାଲି ପୁରୀରେ ଗସ୍ତ କରିବେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.