ETV Bharat / city

ବ୍ରଜରାଜନଗର ଉପନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ 3 କେନ୍ଦ୍ରମନ୍ତ୍ରୀ

author img

By

Published : May 11, 2022, 10:15 PM IST

ବ୍ରଜରାଜନଗର ଉପନିର୍ବାଚନ ନେଇ ନାମାଙ୍କନ ଶେଷ ହୋଇଛି । ନିର୍ବାଚନ ପ୍ରଚାର ଲାଗି ବଳ କସିଲେଣି ପ୍ରମୁଖ ରାଜନୈତିକ ଦଳ । ପ୍ରଚାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ 3 କେନ୍ଦ୍ରମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପ-ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ 3 କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ନେଇ ନାମାଙ୍କନ ଶେଷ ହୋଇଛି । ନିର୍ବାଚନ ପ୍ରଚାର ଲାଗି ବଳ କସିଲେଣି ପ୍ରମୁଖ ରାଜନୈତିକ ଦଳ । ପ୍ରଚାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ 3 କେନ୍ଦ୍ରମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

କୁସୁମ କହିଛନ୍ତି ବ୍ରଜରାଜନଗର ଦଖଲ କରିବା ଲାଗି ଦଳ ଜୋରଦାର ପ୍ରସ୍ତୁତି କରିଛି । ଯେହେତୁ ରାଧାରାଣୀ ବ୍ରଜରାଜନଗରର ପୂର୍ବତନ ବିଧାୟିକା, ତେଣୁ ଦଳ ଭଲ ପ୍ରଦର୍ଶନ କରିବ । ନେତାଙ୍କ ଭିତରେ ଥିବା ମତ ଭେଦ ଦୂର କରି ଦଳ ନିର୍ବାଚନକୁ ଯିବ । ରାଧାରାଣୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵନି ବୈଷ୍ଣବ ଓ ବିଶେଶ୍ବର ଟୁଡୁ ପ୍ରଚାର କରିବେ ବୋଲି କୁସୁମ ସୂଚନା ଦେଇଛନ୍ତି । ଦରକାର ପଡିଲେ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି କୁସୁମ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶାସକ ଦଳ ବିଜେଡି ସରକାରୀ କଳର ବ୍ୟବହାର କରି ନିର୍ବାଚନ ଜିତୁଛି ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସେହିପରି କରି ଶାସକ ଦଳ ଜିତିଛି ବୋଲି ସେ କହିଛନ୍ତି । ଯଦି ଗଣତାନ୍ତ୍ରିକ ଭାବେ ଲଢିବେ ନାହିଁ ତାହାଲେ ନିର୍ବାଚନ ନକରନ୍ତୁ ବୋଲି କୁସୁମ କ୍ଷୋଭର ସହ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.