ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧୀ ମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ତିନି ପ୍ରମୁଖ ଦଳର ନେତା ,କର୍ମୀ ଲୋକଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଦେବାକୁ ଅପିଲ କରୁଛନ୍ତି । ବିଜେଡି ପକ୍ଷରୁ ହେଭିୱେଟ ନେତା ମନ୍ତ୍ରୀ ପଞ୍ଚାୟତ ଜଗି ଥିବା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଧର୍ମେନ୍ଦ୍ର ବିଭିନ୍ନ ଅଞ୍ଚଳରେ ମାରାଥନ ପ୍ରଚାର କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ସେପଟେ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ ଜାରି ରଖିଛି । ପ୍ରଚାର ମୈଦାନକୁ ଆସନ୍ତାରକାଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯିବେ । ଆସନ୍ତାକାଲି ଠାରୁ ନିରଞ୍ଜନ ନିଜେ 3 ଦିନ ପ୍ରଚାର କରିବେ। ଛତିଶଗଡ ନେତା ମାନେ ମଧ୍ୟ ଆସିପାରନ୍ତି । ଦିଲ୍ଲୀରୁ ମଧ୍ୟ ନେତା ପ୍ରଚାର ପାଇଁ ଆସିବାର ସମ୍ଭାବନା ଅଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ