ETV Bharat / city

ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଶୁଭ ସଂକେତ: ପିସିସି ସଭାପତି - ନିର୍ବାଚନ ଫଳାଫଳରେ ଖୁସି କଂଗ୍ରେସ

ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଶୁଭ ସଙ୍କେତ। ବ୍ରଜରାଜନଗର ବାସୀଙ୍କ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ତୃତୀୟ ସ୍ଥାନକୁ ଖସିଛି। ଅଧିକ ପଢନ୍ତୁ

ପିସିସି ସଭାପତି
ପିସିସି ସଭାପତି
author img

By

Published : Jun 3, 2022, 8:04 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଶୁଭ ସଙ୍କେତ। ବ୍ରଜରାଜନଗର ବାସୀଙ୍କ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ତୃତୀୟ ସ୍ଥାନକୁ ଖସିଛି।

ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଶୁଭ ସଂଙ୍କେତ: ପିସିସି ସଭାପତି

ଶରତ କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସର ଶାସକ ବିଜେଡି ସହ ସିଧା ମୁକାବିଲା ହେବ । 2024ରେ କଂଗ୍ରେସ କ୍ଷମତାକୁ ଆସିବ। ବିଜେପି ନିଜ ସଂସଦୀୟ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବା ବିଜେପି ପାଇଁ ବଡ ଧକ୍କା ବୋଲି କହିଛନ୍ତି ଶରତ।

ଏହା ସହ ରାଜ୍ୟ କଂଗ୍ରେସ ଏକଜୁଟ ହୋଇଛି। ଯେଉଁଭଳି ଏକାଠି ହୋଇ ଦଳର ନେତା ବ୍ରଜରାଜନଗରରେ ଉପନିର୍ବାଚନରେ ଲଢିଲେ, ସେହିଭଳି ଏକାଠି ହୋଇ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବେ ବୋଲି ଶରତ କହିଛନ୍ତି।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.