ETV Bharat / city

ଶିବରାତ୍ରୀକୁ ନେଇ ତେଜିଲା ବିବାଦ - Lingaraj Temple

ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ନିଜ ନିଜ ଜିଦରେ ଅଟଳ । ଶିବରାତ୍ରୀକୁ ନେଇ ତେଜିଲା ବିବାଦ । ଦାବି ପୂରଣ ନହେଲେ ବୁଧବାର ନୀତିକାନ୍ତି ବନ୍ଦ ନେଇ ଚେତାବନୀ । ଅଧିକ ପଢନ୍ତୁ...

ଶିବରାତ୍ରି
ଶିବରାତ୍ରି
author img

By

Published : Mar 9, 2021, 8:27 AM IST

ଭୁବନେଶ୍ବର: ଶିବରାତ୍ରୀକୁ ନେଇ ତେଜିଲା ବିବାଦ । ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ନିଜ ନିଜ ଜିଦରେ ଅଟଳ । ବଡୁ ନିଯୋଗର ବକେୟା ଶ୍ରାବଣୀ ପ୍ରାପ୍ୟ ଓ ପରମ୍ପରା ରକ୍ଷା ଦାବି କରୁଛି ବ୍ରାହ୍ମଣ ନିଯୋଗ । ଦାବି ପୂରଣ ନହେଲେ ବୁଧବାର ନୀତିକାନ୍ତି ବନ୍ଦ ନେଇ ଉଭୟ ନିଯୋଗ ଚେତାବନୀ ଦେଇଛନ୍ତି ।

ଶିବରାତ୍ରି

ସେପଟେ ଦେବୋତ୍ତର କମିଶନରର ଏକ ଟିମ୍‌ ସହ ମନ୍ଦିର ପ୍ରଶାସନ ଓ ବିଏମସିର ଅଧିକାରୀସ୍ତରୀୟ ଟିମ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି । ଏହା ସହ ଶିବରାତ୍ରୀକୁ ଦୃଷ୍ଟିରେ ରଖି ଆଜି (ମଙ୍ଗଳବାର)ଓ ଆସନ୍ତାକାଲି(ବୁଧବାର) କୋଭିଡ୍‌ ଟେଷ୍ଟ କରାଯିବ ବୋଲି ସେ ଜଣାଇଛନ୍ତି ।

ଅନ୍ୟପଟେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ଓ ସୁରୁଖୁରୁରେ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ହେବ ବୋଲି ଆଶା ରଖିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.