ଭୁବନେଶ୍ୱର: ଆଜି (ଗୁରୁବାର) ଓଡିଶା ବି.ପି.ୟୁ.ଟି ଅର୍ଗାନାଇଜେସନର ଛାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ୍ ଠାରେ ସନ୍ଧ୍ୟା ୫ଟା ରେ କୋଭିଡ୍ ମହାମାରୀ ସମୟରେ ବି.ପି.ୟୁ.ଟି ର ଅଫଲାଇନ୍ ପରୀକ୍ଷା ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି । ଏହାର ସମାଧାନ ସୂରୁପ ଅନଲାଇନ୍ ପରୀକ୍ଷା କିମ୍ବା ଇଣ୍ଟରନାଲ ପରୀକ୍ଷା ମାଧ୍ୟମରେ ଆଗାମୀ ସେମିଷ୍ଟାରକୁ ଉନ୍ନତି କରିବା ପାଇଁ ସେମାନେ ଦାବି କରିଛନ୍ତି ।
୫ ଏପ୍ରିଲ ସୁଦ୍ଧା ଯଦି ଏ ସମସ୍ୟାର ସମାଧାନ ନହେଲା ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଭୟଙ୍କର ହେବ ବୋଲି ଅଲ ଓଡିଶା ବି.ପି.ୟୁ.ଟି ଅର୍ଗାନାଇଜେସନ୍ର ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ଛାତ୍ର ସଙ୍ଗଠନର ଛାତ୍ରଛାତ୍ରୀମାନେ ବି.ପି.ୟୁ.ଟି ୟୁନିଭରସିଟି ଓ ବ୍ୟବସାୟିକ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରାଯାଉ । ଏ.ଓ.ଡି.ଏସ୍.ଓ ର ମୁଖ୍ୟ ସଂଗଠକ ଅନନ୍ତ ନାରାୟଣ ଜେନା ଓ ଏ.ଓ.ବି.ଏସ୍.ଓ ର ମୁଖ୍ୟ ସଂଗଠକ ପବନ ସ୍ୱାଇଁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ